#Uncategorized

ରିଅଲ ହିରୋ ସବ୍ୟସାଚୀକୁ ଝାଡଖଣ୍ଡ ରେ ସମ୍ବର୍ଦ୍ଧିତ

ରାନ୍ଚି(ଉଲାପ୍ର) ମହାମାରୀ ସମୟରେ ବିଭିନ୍ନ ଅଞ୍ଚଳରେ ଫସି ଘରକୁ ଫେରିବା ପାଇଁ ଡହଳ ବିକଳ ହେଉଥିବା ଓଡ଼ିଆଙ୍କୁ ସହଯୋଗର ହାତ ବଢାଇବା ସହ ସକୁଶଳେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରି ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର। ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ସେ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ପ୍ରଶଂସା ସାଉଁଟି ଛନ୍ତି। ଆଜି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଅବସ୍ଥିତ ଏକ ନାମିଦାମୀ ବିଳାସମୟ ହୋଟେଲ ହୋଟେଲ “ରେନ୍ ଡିଉ”, କରୋନା ସମୟରେ ଅତୁଳନୀୟ ଅବଦାନ ଦେଇଥିବା ପ୍ରତିଭା ସବ୍ୟସାଚୀ ଙ୍କୁ ଅଭିନବ ଶୈଳୀରେ କରୋନା ଯୋଦ୍ଧା ରୂପରେ ସମ୍ମାନିତ କରିଛନ୍ତି। ହୋଟେଲରେ ଫଳ ଓ ପରିବାକୁ ନେଇ ଓଡ଼ିଆ ପୁଅ ସବ୍ୟସାଚୀଙ୍କର ଏକ ପ୍ରତିକୃତି ତିଆରି କରିଥିଲେ, ଯେଉଁଥିରେ “ଓଡ଼ିଆ ପୁଅ ସବ୍ୟସାଚୀ”, “ରିୟଲ ହିରୋ ସବ୍ୟସାଚୀ”, “ଦରଦୀ ବନ୍ଧୁ” ସବ୍ୟସାଚୀ ଭଳି ଲେଖାମାନ ଦେଖିବାକୁ ମିଳିଥିଲା।ହୋଟେଲ ରେନ୍ ଡିଉ ର ଏହି ଅଭିନବ ଶୈଳୀରେ ସମ୍ମାନ ପ୍ରଦାନ ପାଇଁ ହୋଟେଲର ସମସ୍ତ କର୍ମକର୍ତ୍ତା ତଥା ଏହି ପ୍ରତିକୃତି ନିର୍ମାଣ କରିଥିବା ରୋଷେଇ କାରିଗର (ସେଫ୍) ଙ୍କୁ ଧନ୍ୟବାଦ ଦେଇଛନ୍ତି ସବ୍ୟସାଚୀ । ତାଙ୍କ ଉପରେ ଭରସା ରଖିଥିବା ସମସ୍ତ ପ୍ରଶଂସକ ଏବଂ ସମସ୍ତ ଓଡିଆଙ୍କ ଭଲ ପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *