#Breaking News #District

ଫୁଲବାଣୀ ଜଗନ୍ନାଥ୍ ମନ୍ଦିର ଉନ୍ନତି କରଣ ପାଈଁ ୨କୋଟି ୨୦ଲକ୍ଷ ଅନୁଦାନ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଫା ଇ ଭ ଟି ସଚିବ ଭି କେ ପଣ୍ଡିଆନ ଦୁଇ ଦିନିଆ କଂଧମାଳ ଗସ୍ତ ରେ ଆସି ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ସମସ୍ୟା ସମ୍ପର୍କରେ ଆଲଚନା କରିଥଲେ l ଆଉ ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ,ସେହି ଅନୁଯାୟୀ ଅର୍ଥ ଅନୁଦାନ ଯୋଗାଇ ଦେଇଛନ୍ତିlଜିଲାର ସର୍ବପୁରାତନ ଦେବୀ ପୀଠ ବଳସ କୁମ୍ପା ଦେବୀ ପୀଠ ର ଉନ୍ନତି କରଣ, ସୋନ୍ଦର୍ଯ୍ୟ କରଣ ସହ ଆଖ ପାଖ ର ଉନ୍ନତି ପାଈଁ ମୁଖ୍ୟ ଯନ୍ତ୍ରୀ, କୋଠାବାଡ଼ି ୨କୋଟି ୯୯ଲକ୍ଷ ୩ହଜାର ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତିl
ସେହିପରି ଫୁଲବାଣୀର ଜଗନ୍ନାଥ୍ ମନ୍ଦିର ର ମଣ୍ଡପ, ଶୌଚାଳୟ, ଫାଟକ, ରାସ୍ତା ଆଦି ର ଉନ୍ନତି କରଣ ପାଈଁ ସରକାରଙ୍କ ପର୍ଯ୍ୟଟନ ବିଭାଗ ୨କୋଟି ୨୦ଲକ୍ଷ ତିନି ହଜାର, ବାଲିଗୁଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ଉନ୍ନତି କରଣ ପାଈଁ ୨କୋଟି ଟଙ୍କା ଅନୁଦାନ ମିଳିଚ୍ଛି l
ସେହିପରି ପାଟ ଖଣ୍ଡା ମନ୍ଦିର ମରାମତି ଓ ଉନ୍ନତି କରଣ ପାଈଁ ସରକାରଙ୍କ ଯୋଜୋନା ଓ ସମନ୍ଵୟ ବିଭାଗ ଦ୍ଵାରା ମୁଖ୍ୟ ମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୨୦୨୩-୨ ୪ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି l ଫ ଳରେ ମନ୍ଦିର କମିଟି ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫଇବ ଟି ସଚିବ ଭି କେ ପଣ୍ଡିଆନ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି l

Leave a comment

Your email address will not be published. Required fields are marked *