#Breaking News

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ପୁଣି ଶୀତ ଲହରୀ

ଫୁଲବାଣୀ (ସୁନୀଲ ପଟନାୟକ )
କିଛି ଦିନ ର ବ୍ୟବଧାନ ପରେ ପୁଣି କନ୍ଧମାଳ କୁ ଶୀତ ଫେରିଛି l
ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ର ଲହରୀ ଜାରି ରହିଛି l
ଶୁକ୍ରବାର ଫୁଲବାଣୀ ରେ ତାପମାତ୍ରା ୫. ୫ ଡିଗ୍ରୀ ସେଲସିୟସ କୁ ଖସି ଆସିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ରେ ଆଜିତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି l ତେବେ ଦାରିଙ୍ଗବାଡି ରେ ଆଜି ପୁଣି କେତକ ଅଂଚଳରେ ତୁଷାରପାତ ହୋଇଥିବା ଖବର ମିଳିଛି l
ହଟାତ ଥଣ୍ଡା ବଢିଯିବା ଫଳରେ ଲୋକେ ଆଉ ଘରୁ ବାହାରକୁବାହାରୁନାହାନ୍ତି lବଜାର ଖାଁ ଖାଁ ଲାଗୁଛି l
ଏହି ଥଣ୍ଡା ଆଗକୁ ଆଉ କିଛିଦିନ ରହିବ ବୋଲି ପାଣିପାଗ କର୍ମଚାରୀ କହିଛନ୍ତିl ସେହିପରି ଜିଲାର ଜି. ଉଦୟଗିରି, ରାଇକିଆ, ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡା k. ନୂଆଗାଁ ଆଦି ଅଭ୍ୟନ୍ତରୀଣ ଅଂଚଳ ରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l

Share this

Leave a comment

Your email address will not be published. Required fields are marked *