#Breaking News #District

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା କାର ସହ ଗଞ୍ଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ )
:କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ପୁଣି ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନିସ୍ ପେକ୍ଟର ସାଗର ଭୋଇ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍ ସଦର୍ ଥାନା ଅନ୍ତର୍ଗତ ଗୁମାଗଡ଼ ମୁଖ୍ୟ ରାସ୍ତା ଏକ୍ ହୁଣ୍ଡାଇ କାର କୁ ଅଟକାଇ ଯାଞ୍ଚ କରିବା ବେଳେ ଚାଳିଶ କେଜି ଓଜନ୍ ର ଗଞ୍ଜେଇ ମିଳିଥିଲା l

ଫଳରେ ଅବକାରୀ ବିଭାଗ ଟିମ୍ 93/23 ରେ ମାମଲା ରୁଜୁ କରି ବା ସହ କାର କୁ ଜବତ କରିଛି, ତେବେ ଏହି ମାମଲା ରେ ଅବକାରୀ ବିଭାଗ ଦୁଇ ଜଣ ଙ୍କୁ ଗୀରଫ କରିଛି l
ଅଭିଯୁକ୍ତ ମାନେ ହେଲେ ଗଞ୍ଜlମ୍ ଜିଲ୍ଲା ପୁରଷୋତ୍ତମ ପୁର୍ ନିକଟ
ରେଙ୍ଗୀଟିପାଲି ଅଞ୍ଚଳ ର ଦୁର୍ଯ୍ଯୋଧନ ନାୟକ ଓ ଗଙ୍ଗାଧର ଗଉଡ ବୋଲି ସବ୍ ଇନ୍ସପେକ୍ଟର ଭୋଇ କହିଛନ୍ତି l
ଏହି ଚଢାଉ ରେ ଅବକାରୀ ବିଭାଗ ଏ ଏସ୍ ଆଇ ସୁକାନ୍ତ କୁମାର କହ୍ନର, ଅବକାରୀ କର୍ମଚାରୀ ଅନିଲ ବେହେରା ପ୍ରମୂଖ ଚଢାଉ ରେ ସାମିଲ ଥିଲେ l
ଅବକାରୀ ଅଧିକ୍ଷକ ପ୍ରବୀର ସାମଲ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା ଯୋଗୁଁ କନ୍ଧମାଳ ଜିଲାରେ ଅନେକାଂଶ ରେ ଚୋରା ଗଂଜେଇ ଚାଲାଣରୋକାଯାଇପାରିଛିl
ଏହା ବ୍ୟତୀତ ଗଂଜେଇ ମାଫିଆ ମାନଙ୍କୁ ସା ବା ଡ଼ କରିବାରେ ଓ ଗଂଜେଇ ଚାଷ ନଷ୍ଟ କରିବାରେ ସେ ସଫଳ ହୋଇଛନ୍ତି l ଆଗକୁ ଗଂଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ ରୋକାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l

Leave a comment

Your email address will not be published. Required fields are marked *