#Exclusive

ୱାରେଣ୍ଟିକୁ ଧରିବାକୁ ଯାଇ ପୁଲିସ ହଟହଟା

କଳାହାଣ୍ଡି (): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡିଛି। ଅଭିଯୁକ୍ତ ୱାରେଣ୍ଟିର ପତ୍ନୀ ପୋଲିସ ଗାଡି ଉପରେ କିରୋସିନ ଢାଳି ଜାଳି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି। ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ସେହି ମହିଳା ଆକ୍ରମଣ କରିଥିବା ପୁଲିସ ପାଲଟା ଅଭିଯୋଗ କରିଛି। ସୂଚନା ଅନୁଯାୟୀ କୋକସରା ଥାନା ବଡପଡା ଅଞ୍ଚଳର ଗଙ୍ଗାରାମ ଖମାରିଙ୍କ ନାଁରେ ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ସେହି ମାମଲାରେ ଗଙ୍ଗାରାମ ହାଜିର ନ ହେବାରୁ ଅଭିଯୁକ୍ତଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ଅଭିଯୁକ୍ତ ପୁଲିସକୁ ଧରାଛୁଆ ଦେଉ ନଥିବା ବେଳେ ଆଜି ଗଙ୍ଗାରାମ ଘରେ ଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିବା ବେଳେ ଅଭିଯୋଗ କରିଥିବା ପତ୍ନୀ ହିଁ ଏଭଳି ନାରକୀୟ କାଣ୍ଡ ଘଟାଇ ଥିବା ପୁଲିସ ସୂଚନା ଦେଇଛି।

Leave a comment

Your email address will not be published. Required fields are marked *