#Breaking News

ତୁମୁଡ଼ିବନ୍ଧ ବ୍ଳକର ଦୁର୍ଗମ ଇଲାକାରେଅତିରିକ୍ତ ସଚିବଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଫୁଲ ବାଣୀ-( ସୁନୀଲ ପଟନାୟକ)
ରାଜ୍ୟ ସରକାରଙ୍କ ୱ। ର୍କସ ବିଭାଗରପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର 6କ୍ଷତ୍ରବାସୀ କନ୍ଧମାଳ ଗସ୍ତରେ ଆସି ତୁମୁଡିବନ୍ଧ ବ୍ଳକର ଦୁର୍ଗମ ଗୁମା ପଞ୍ଚାୟତ ଅଧିନସ୍ତ ସୁସା ଭଟ୍ଟା, ପାଗେରପାଡି,କମଳପଡ଼ା ଆଦି ଅଞ୍ଚଳ ଗସ୍ତ କରି ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ବୃକ୍ଷ ରୋପଣ କରିଥିଲେ। ଏଥିସହ ଗ୍ରାମ ର ଲୋକଙ୍କୁ ୫ ଶ ହ. ମହୁଲ, ପିଜୁଳୀ, ଅଁଳା ଆତ, ପିପଲ, ରକ୍ତ ଚନ୍ଦ ନ। ତେନ୍ତୁଳୀ,ନିମ୍ନ ଆଦି ଅନେକ ପ୍ରକାର ଫଳ ଓ ଔଷଧୀୟ ବୃକ୍ଷ ବାଣ୍ଟିବା ସହ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀମାନ ସେଠଙ୍କ ଘର ଏହି ଅଞ୍ଚଳରେ ହୋଇଥିବାରୁ ନିଜ ଗାଁ ଓ ଜନ୍ମମାଟି ପ୍ରତି ତାଙ୍କର ଅହେତୁକ ସଂପର୍କ ରହିଛି । ଫଳରେ ଗ୍ରାମର ବିକାଶ ଓ ,ଜଙ୍ଗଲ ଓ ପରିବେଶର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରି ଆସୁଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱିନୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅତିରିକ୍ତ ସଚିବ ହୋଇ ମଧ୍ୟ ନିଜ ଅଞ୍ଚଳର ବିକାଶ ନେଇ ତାଙ୍କର ଉଦ୍ୟମକୁ ଗ୍ରାମବାସୀ ଭୁୟସୀ ପ୍ରସଂସା କରିଛନ୍ତି ।

Leave a comment

Your email address will not be published. Required fields are marked *