ସିଆରପିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ୍‌ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ପରିମାଣରେ ବିସ୍ଫୋରକ ଜବତ

admin | February 1, 2020 | 24 views |0 | Exclusive

ରାୟଗଡ଼ା: କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବଳ (ସିଆରପିଏଫ) ଯବାନଙ୍କ କମ୍ବିଂ ଅପରେସନ ବେଳେ ଆଜି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାୟନ କରିଥିବା ଜଣାପଡ଼ିଛି। ମାଓବାଦୀମାନେ ଫେରାର ହୋଇଯିବା ପରେ ସିଆରପିଏଫ ଯବାନଙ୍କୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି।

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଠାରେ ଥିବା ୮ମ ବାଟାଲିୟନର ଦ୍ୱିତୀୟ କମାଣ୍ଡ ରାମ ଅବତାର ବାଲଟିଆ, ଫ୍ରାନ୍ସିସ ତିର୍କି ଓ ବିଜୟାନନ୍ଦ ସ୍ୱରୂପଙ୍କ ନେତୃତ୍ୱରେ ସିଆରପିଏଫ ଯବାନମାନେ ଚନ୍ଦ୍ରପୁର ଜଙ୍ଗଲରେ କମ୍ବିଂ ଅପରସେନ କରିଥିଲେ। ଏହି ସମୟରେ ମାଓବାଦୀମାନେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଛତ୍ରଭଙ୍ଗ ଦେଇ ଫେରାର ହୋଇ ଯାଇଥିଲେ।

ତେବେ ସିଆରପିଏଫର ଯବାନମାନେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏଥିରେ ୯ଟି ଦେଶୀ ବନ୍ଧୁକ, ୧୫ଟି ଡିଟୋନେଟର, ୧୧ଟି ଜିଲୋଟିନ ଓ ୮ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି ।

ସୂଚନାଯୋଗ୍ୟ ନିକଟରେ ମାଓବାଦୀମାନେ ନିୟମଗିରି ଠାରେ ତୁମୁଳ କାଣ୍ଡ କରିଥିଲେ। ସେହି ଦିନଠାରୁ ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ପାଇଁ ଅଧିକ ସକ୍ରିୟ ଥିଲେ।


Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories