#Exclusive

ମହୋତ୍ସବ ପାଇଁ ଚତୁର୍ଥ ବୈଠକ । ସମ୍ମାନିତ କରାଯିବାକୁ ଥିବା ବିଶେଷ ବ୍ୟକ୍ତି ମାନଙ୍କ ନାମ ଘୋଷଣା ।

ଆଠଗଡ଼ (୨୨/୧୨/୧୯) : ଆଠଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ଗଡଜାତ ମହୋତ୍ସବ ପାଇଁ ଚତୁର୍ଥ ବୈଠକ ସ୍ଥାନୀୟ ଉତରା ଚଣ୍ଡୀ ମନ୍ଦିର ଠାରେ ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଚଳିତ ବର୍ଷ ଗଡଜାତ ମହୋତ୍ସବ ରେ ଦଶଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଗଡଜାତ ସନମାନ ରେ ସମ୍ମାନିତ କରାଯିବ ବୋଲି ସମ୍ପାଦକ ଲଲାଟେନ୍ଦୁ ସେନାପତି ଘୋଷଣା କରିଥିଲେ, ସମ୍ବର୍ଦ୍ଧିତ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ସମାଜସେବା କ୍ଷେତ୍ରରେ ଅସ୍ଥିଶଲ୍ୟ ଚିକିସ୍ଥକ ପ୍ରତାପରୁଦ୍ର ବେଉରା,ସ୍ନାୟୁରୋଗ ବିଶେସଜ୍ଞ ବେଣୁଧର ଲେଙ୍କା,ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ସମାଲୋଚକ ଡ଼ଃ ନାରାୟଣ ପଣ୍ଡା,ଛଥର ଆଠଗଡ ର ବିଧାୟକ ହୋଇଥିବା ସମବାୟବିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ସାମ୍ବାଦିକତା ପାଇଁ ସଚ୍ଚିଦାନନ୍ଦ ପଣ୍ଡା,ପର୍ବତାରୋହ ଣକାରୀ ରୂପଶ୍ରୀ ମହାନ୍ତି,ସ୍ମଶାନ ରକ୍ଷକ ପଠାଣି ବେହେରା,ପାଇକ ଆଖଡା କଳାକାର ସୁର ସାହାଣୀ,ଶିକ୍ଷାବିତ ଡ଼ଃ ସୁନୀଲ ପଟ୍ଟନାୟକ,ବିସ୍ମୟ ବାଳକ ବିଶ୍ୱଜିତ ଆରୁଖଙ୍କୁ ଗଡଜାତ ସମ୍ମାନ ରେ ସମ୍ମାନୀତ କରାଯିବ ବୋଲି ଚତୁର୍ଥ ବୈଠକରେ ସର୍ବସମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ଗଡଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି ପ୍ରକାଶ କରିଛନ୍ତି।

Leave a comment

Your email address will not be published. Required fields are marked *