#Breaking News #Uncategorized

ବାଲିଗୁଡ଼ା ବିଧାୟକଙ୍କ ଜିଲା ପରିଷଦ ପ୍ରାର୍ଥୀ ଚୟନ ନେଇ ଆଲୋଚନା


ଫୁଲବାଣୀ (ସୁନୀଲ ପଟନାୟକ)
ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି। ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ।ଫଳରେ ଦଳୀୟ ଟିକେଟ ପାଇଁ ନିଜ ନିଜର ନେତାମାନଙ୍କ ପାଖରେ ଲବୀ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ତେବେ ବିଜୟ ସମ୍ଭାବନା ଥିବା ଶିକ୍ଷିତ ନିଷ୍କଳଙ୍କ ଯୁବକଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚିନ୍ତା କରିଛି। ଏନେଇ ବାଲିଗୁଡ଼ା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ଵରେ ବିଜେଡିର ଏକଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ବିଜେଡି ସଭାପତି ଟୁନା ଦାସ, ଜିଲ୍ଲା ବିଜେଡି ଉପସଭାପତି କ୍ଲେଶ ପ୍ରଧାନ, ସାଧାରଣ ସଂପାଦକ ଲୋକନାଥପାଢୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନନ୍ଦିନୀମଲିକ, ବ୍ଳକ ଉପସଭାପତି ବିଜେଶ୍ଵର ମ ଲିକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତବ୍ୟକ୍ତ କରିବା ସହ ସର୍ବସମ୍ମତ କ୍ରମେ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ସେମାନଙ୍କୁ ଜିତାଇବା ପାଇଁ ନିଷ୍ଠା ଓ ଆନ୍ତରିକତାର ସହ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ସମିତି ସଭ୍ୟାସର ପଞ୍ଚ ଓ ୱ ୲ର୍ତ ମେମ୍ବର ପାଇଁ ମଧ୍ଯ ଦଳୀୟଲୋକଙ୍କୁ ଛିଡ଼ା କରିବା ପାଇଁ ଆଲୋଚନା କରିବା ସହ ତାଲିକା ପ୍ରସ୍ତୁତ କରାଯାଇଥିଲା
ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ବାଲିଗୁଡ଼ା ର ୨. କ ନୂଆ ର୍ଗା ୧. ତୁମୁଡିବନ୍ଧ ୧.କୋଟଗଡ଼୧ଜିଲ୍ଲାପରିଷଦ ଜୋନରେ ବିଜେଡି ଯେପରି ବିଜୟ ଲାଭ କରିବ ସେଥିପ୍ରତି ଦୃଷ୍ଟିଦେଇ ନିର୍ବାଚନ ପ୍ରଚାରକୋଭିଡ଼ନିୟମପାଳନ କରି ପ୍ରଚାର କରିବାଲାଗି ବିଧାୟକଚକ୍ରମଣି ପରାମର୍ଶ ଦେଇଥିଲେ। ଦଳ ପୂର୍ବପେକ୍ଷା ଭଲ କରିବ ବୋଲି ବିଧାୟକଚକ୍ରମଣିକହର, ବିଜେଡି ନେତା ଟୁନା ଦାସ, କ୍ଲେଶ ପ୍ରଧାନ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ଵରେ ବିଜେପିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂଗେସ ଜିଲ୍ଲା ସଭାପତି ଅନାମନା ଏକ ମଧ୍ୟ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି । ତେବେ ସମସ୍ତଙ୍କଠୁ ବିଜେଡି ଦଳ ପ୍ରଚାର ପ୍ରସାରରେ ଆଗରେ ଥିବା ଦେଖାଯାଉଛି ।

Leave a comment

Your email address will not be published. Required fields are marked *