#Breaking News

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ କାମ


ପୁରୀ(ଉଲାପ୍ର)ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶେଷ ପର୍ୟ୍ଯାୟରେ ପହଞ୍ଚିଲାଣି ରଥ ନିର୍ମାଣ କାମ। ରବିବାର ୩ ରଥରେ ହଂସପଟା ଲାଗିବା ପରେ ଆଜି କଳସ ଓ ଓଲଟଶୁଆ ଲାଗିଛି। ରୂପକାର ପ୍ରଭାରେ ଖୋଦେଇ କରି କିର୍ତ୍ତୀମୁଖ ଓ ଉଭୟ ପାର୍ଶ୍ବରେ ମଗରମୁଣ୍ଡ କରିବା ପରେ ରଙ୍ଗ ଦେବା ଆରମ୍ଭ ହୋଇଛି।

ସେହିପରି ୩ ରଥରେ ଅଶ୍ବ ସଂଯୋଗ ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି। ରଥଉପରେ ବିଶ୍ବକର୍ମା ମହାରଣା ପଟା ବାଡେଇ ସିଂହାସନ ବୁଜିଛନ୍ତି। ୩ ରଥର ୯ଟି ଲେଖାଏ ପାର୍ଶ୍ବ ଦେବାଦେବୀ ହିସାବରେ ୨୭ଟି ଦେବାଦେବୀଙ୍କୁ ପଥ ଚାରିପାଖରେ ଥିବା ଜଳଯନ୍ତ୍ରରେ ସଂଯୋଗ କରାଯାଇଛି । ଦୁଆରବେଢା ପାଇଁ କନା କଟିଂ ପରେ ଲେସ ଲଗାଇଛନ୍ତି ଦରଜିସେବକ ।

Leave a comment

Your email address will not be published. Required fields are marked *