#Breaking News

ସରକାରୀ ବିହନ କିଣି ପସ୍ତାଉଛନ୍ତି ଚାଷୀ ଗଛ ବଢିଲା ହେଲେ ଆଳୁଫଳୁନି, କନ୍ଧମାଳ ଚାଷୀ ହତାଶ


ଫୁଲବାଣୀ-୬/୧୦ (ସୁନୀଲ ପଟନାୟକ)
ଏ ବର୍ଷ ଭଲ ବର୍ଷା ହେଲା ନି । ଯାହା ବି
ବର୍ଷ । ହେଲା ଠିକ ସମୟରେ ମଧ୍ୟ ହେଲା ନି I
ଫଳରେ ବର୍ଷାର ଅନୀୟ ମିତତା ଓ ତା ସ।ଙ୍ଗକୁ ଜଳସେଚନର ଅଭାବଯୋଗୁଁ
ଏ ବର୍ଷ ସରକାର ଧାନଚାଷ ୨୫ ପ୍ରତିଶତ କମାଇ ଦେଇ ଉକ୍ତ ସ୍ଥାନରେ ଆଳୁ ଚାଷ କରିବାଲାଗି ଚାଷୀଙ୍କୁ ପ୍ରୋସାହୀତ କରିଥିଲେ
। ଆଉ ଚାଷୀମଧ୍ୟ ଜମି କାହିକି ଅଜଥାରେ ପଡିଆ ପକାଇବେ ସେଥିପାଇଁ କୃଷି ବିଭାଗ ର ପରାମର୍ଶକ୍ରମେ ଆଳୁ ବିହନ ନେଇ ଚାଷ କରିଥିଲେ। ସରକାରଙ୍କଠାରୁ ବିହନ ନେଇ ଚାଷୀ ପ୍ରଥମଥର ପାଇଁ ଖରିଫ ଋତୁରେ ଆଳୁ ଚାଷ କରିଥିଲେ। ହେଲେ ପ୍ରଶାସନ ଦେଇଥିବା
ନିମ୍ନମାନର ଆଳୁ ବିହନ ଯୋଗୁ ଗଛ ହୃଷ୍ଟପୃଷ୍ଟ ହୋଇ ବଢିଲା ହେଲେ ଆଳୁ ଫଳିଲାନି। ଉଦ୍ୟାନ ବିଭାଗରୁ ଚାଷୀ ଟଙ୍କା ଦେଇ ଆଳୁ ବିହନ କିଣି ଆଳୁ ଚାଷ କରିଥିଲେ । ହେଲେ ଆଳୁ ଫଳିଲାନି। ଟଙ୍କା ଦେଇ ବିହନ କିଣିବା, ପରିଶ୍ରମ କରି ଗଛ ଲଗାଇବା ସାର ହେଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଆଳୁ ଫଳିଥିଲେ ଖାଇଥାନ୍ତୁ ଆଉ ବିକ୍ରି କରି ଦି ପଇସା ଲାଭ ପାଇବୁ ବୋଲି ଭାବିଥିଲୁ ହେଲେ ସବୁ ଆଶା ମଉଳିଗଲା ବୋଲି ଚାଷୀ କହିଛନ୍ତି ।
ପ୍ରାୟ ୧ ୭୪୪ ଜଚାଷୀ ଟଙ୍କା ଦେଇ ବିହନ କିଣି୨୫୦ ହେକ୍ଟର ଜମିରେ ଆଳୁ ଚାଷ କରିଥିଲେ । ତେବେ ଆଳୁ ଗଛରେ ଫଳ ଧରିନ ଥିବାରୁ ଚାଷୀ ହତାଶ ହୋଇଛନ୍ତି । ଏପଟେ ଗଛ ଶୁଖିଗଲାଣି, ଏଣେ ଉପାଡ଼ିଲେ ବିହନ ଆଳୁ ହିଁ ଅଛି । ଆଳୁ କିଛି ବିଫଳିନି,।


ଏନେଇ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ୍ ଙ୍କୁ ପଚ।ରିବା6ର ସେ ଆଳୁ ଫଳିବା ଲାଗି ୩ମାସରୁ ଉର୍ଦ୍ଧ୍ ସମୟ ଲାଗିଥାଏ।
ଥଣ୍ଡା ଟିକିଏ ପଡିଲେ ନଭେମ୍ବର ଆଡକୁ ଫଳ ଧରିବଏଣୁଚାଷୀ ଅଜଥାରେ ବ୍ୟସ୍ତ ନ ହୋଇ ଧର୍ଯ୍ୟର ସହ ଅପେକ୍ଷା କରିବା ସହ ଗଛର ରକ୍ଷଣାବେକ୍ଷଣ କରିବାଲାଗି ପରାମର୍ଶ ଦେଇଛନ୍ତି ।
ଆଳୁ ଫଳିଲେ ତ ନିଶ୍ଚିତ ଭଲ ଯଦି ନଫଳିବ ତେବେ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ମିଳିବତ? ତାକୁ ନେଇ ଏବେସନ୍ଦେହରେ ଚାଷୀ ।

ଜିଲ୍ଲାରେ ମୋଟ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷଜମିରହିଛି। ସେଥି ମଧ୍ୟରୁ ହେକ୍ଟର ଉଚ୍ଚା ଜମିରହିଥିବାବେଳେ ୧୦ ହଜାର ୮୬୮ ହେକ୍ଟର ଖାଲି ଜମି ଓ ୨୦ ହଜାର୬୨୪ ହେକ୍ଟର ମଧ୍ୟମ କିସମ ଜମି ରହିଛି । ସେଥିମଧରୁ ୫୦ ହେକ୍ଟର ଜମିରେ ଧାନଚାଷ ହୋଇଥ। ଏ। ତେବେ ଚଳିତବର୍ଷ ୩୫ ହଜାର ପାଖାପାଖି ଜମିରେ ଧାନଚାଷ କରାଯିବା ଲାଗି ଲକ୍ଷ ଧାର୍ଯ୍ୟ ହୋଇଥିଲା।

Leave a comment

Your email address will not be published. Required fields are marked *