#Breaking News

୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କଲେ ତହସିଲଦାର


ବାଲିଗୁଡା,୦୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ସିମନବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡିଛି । ସିମନବାଡ଼ି ମୌଜା ଅଞ୍ଚଳର ୨୦୩ ଜଣ ଆଦିବାସୀ ଲୋକଙ୍କ ଘରକୁ ଘର ନିଜେ ତହସିଲଦାର ଯାଇ ପଟ୍ଟା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ଲୋକେ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *