#Breaking News #Uncategorized

୪ବର୍ଷ ହେଲା କୁ ଅ ଖୋଳି ପାଉଣା ମିଳିଲାନି ପଞ୍ଚାୟତ ସମୁଖରେ ଅନଶନ ରେ ବସିଲେ ହିତାଧିକାରୀ


ଫୁଲ ବାଣୀ- (ସୁନୀଲ ପଟନୀୟକ) ମାସେ କି ଦିମାସ ନୁହେଁ ଦୀର୍ଘ ଓ ବର୍ଷ ହେଲାଣି ପ୍ରାପ୍ୟ ମିଳିଲାନି। ଶେଷରେ ବାଧ୍ୟ ହୋଇ ଗ୍ରାମପଞ୍ଚାୟତ ସମ୍ମୁଖରେ ଅନଶନରେ ବସିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୂତିପଡ଼ା ପଞ୍ଚାୟତର ପାତ୍ରପଡ଼ା ଗ୍ରାମ ର ହିତାଧିକାରୀ ସୁରେନ୍ଦ୍ର ବେହେରା।
ସୁରେନ୍ଦ୍ର ଗତ ୨୦୧୬ମସିହାରେ ପାତ୍ରପଡ଼ା ଗ୍ରାମରେ କୁଆଡେ ଏକ କୁଅର ମରାମତି ଓ ତିଆରି କରିଥି ଲେ ଗୋଟିଏ କୁପ। ହେଲେ ଏ ଯାଏ ସୁରେନ୍ଦ୍ର ନିଜରପାରିଶ୍ରମିକ ଟଙ୍କା ଗଣ୍ଡାକ ପାଇବାପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବିଡିଓ , ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରି ଥିଲେ। ହେଲେ କୌଣସି ସୁଫଳ ମିଳିଲାନି।
ସବୁଆଡୁ ନିରାଶ ହୋଇ । ଶେଷରେ ସୁରେନ୍ଦ୍ର ନିଜ ହକ ପାରିଶ୍ରମିକ ଟଙ୍କା ପାଇବାପାଇଁ ବାଧ୍ଯ ହୋଇ ଶେଷରେ ଅନଶନ ରେ ବସିଲେ ବୋଲି
ସୁରେନ୍ଦ୍ର କହିଛନ୍ତି । ଏବେ କୋରନା ସମୟରେ କାମଧନ୍ଦା ନ ମିଳିବା ଫଳରେ ସେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତାଙ୍କର ପ୍ରାପ୍ୟ ନମିକିଲେ ସେ ଜୀବନ ହାରି ଦେବେ ବୋଲି କହୁଛନ୍ତି । ଏନେଇ ଖଜୁରୀପଡ଼ା ବିଡିଓ କିମ୍ବା ପଞ୍ଚାୟତ ପିଇ ଓ ଙ୍କ ମତାମତ ନେବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
ତେବେ ଏନେଇ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏଙ୍କ ଦୃଷ୍ଟିକୁ ଆଣିବା ପରେ ସେ ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ମତପ୍ରକାଶ କରିଛନ୍ତି ।

Leave a comment

Your email address will not be published. Required fields are marked *