#Breaking News

ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାଲାଗି ଦାରିଙ୍ଗବାଡି କଫି ବଗିଚା ଉନ୍ନତି କରଣ


ଫୁଲବାଣୀ (ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଦାରିଙ୍ଗ ବାଡ଼ି ଅନ୍ୟତମ l
ଓଡିଶା ର କାଶ୍ମୀର ଭାବେ ପରିଚିତ ଦାରିଙ୍ଗ ବାଡ଼ି l ଦାରିଙ୍ଗ ବାଡ଼ି ରପ୍ରାକୃତିକ ମନରୋ ମ ପରିବେଶ , ଥଣ୍ଡା ଜଳବାୟୁ, ଧାଡ଼ିକି ଧାଡି ପାଇନଗଛ, ତା ସାଙ୍ଗକୁ କଫି ଓ ଗୋଲମରିଚ ବଗିଚା, ଜଳପ୍ରପାତ ଜିଲ୍ଲା, ଜିଲ୍ଲା ବାହାର ଓ ବିଦେଶୀ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ l
ଫଳରେ କଫି ବଗିଚା କୁ ଅଧିକ ଆକର୍ଷଣୀୟ କରିବା ଲାଗି ଜଳଛାୟା ବିଭାଗ ବା ମୃତିକା ସରକ୍ଷ ଣ ବିଭାଗ ଆଗେଇ ଆସିଛି l ଜଳଛାୟା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ ଙ୍କ ଆନ୍ତରିକତା, ଓ ନିଷ୍ଠା ପର ଉଦ୍ୟମ ଯୋଗୁଁ ଏବେ କଫି ବଗିଚା ର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହୋଇଛି l
ବର୍ତମାନ କଫି ଗାର୍ଡେନ ଭିତରେ ବିଡ଼ିଓ ଦାରିଙ୍ଗବାଡି ମାଧ୍ୟମ ରେ ଲକ୍ଷା ଧିକ ଟଙ୍କା ବ୍ୟୟରେ କଫିକେଫ ନିର୍ମାଣ ଚାଲିଛି l
ଭିତରେ ଅତିଶୀଘ୍ର ଏକ ପାର୍କ ନିର୍ମାଣ କରାଯିବ l ସେହିପରି ଓରମାସ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟ ର ଏକ ଷ୍ଟଲ ନିର୍ମାଣ କରାଯାଇ ସମସ୍ତ ଜିନିଷ ବିକ୍ରୀ କରାଯିବ l
ଏହାବ୍ୟତୀତଜିଲାପାଳ ଙ୍କ ଅନୁରୋଧ କ୍ରମେ ପର୍ଯ୍ୟଟନ ବିଭାଗ ପ୍ରଦାନକରିଥିବl ଦଶ ଲକ୍ଷ ଟଙ୍କା ବ୍ୟୟରେ ବଗିଚା ର ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି l
ସେହିପରି ୧ ଲକ୍ଷ ୧ ୫ ହଜାର ଟଙ୍କାରେ ଟିଡ଼ିସି ସି ଓ ଏଲ. ବଗିଚା ର ନିଲାମ ନେଇଛିl
ଟିଡ଼ିସିସି ପ୍ରଥମ ଥର ସେଠାରେ କଫି ର ପ୍ରୋସେସିଂ ଓ ଗ୍ରାଇଣ୍ଡିଙ୍ଗ କରୁଥିବା
ପ୍ରକଳ୍ପ ନିର୍ଦେଶକ ତ୍ରିପାଠୀ କହିଛନ୍ତି l
ପି ଆଇ ଏ ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସୁ ପରିଚାଳନା ଓ ନିୟମିତ ତଦାରଖ ଯୋଗୁଁ ଏବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି l
ସରକାର ଅଧିକ ରୁ ଅଧିକ ଅର୍ଥ ଅନୁଦାନ ଯୋଗାଇଦେଲେ କଫି ବଗିଚା ଆହୁରି ଆକର୍ଷଣୀୟ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି l

Leave a comment

Your email address will not be published. Required fields are marked *