ପରିବା ପାଇଁ ଯାଇଥିଲା ପୁଅ, ନେଇ ଆସିଲା ବୋହୂ: ଘରେ ପୂରାଇଲାନି ମା, କହିଲା ଲକ୍ ଡାଉନ୍ ଭାଙ୍ଗିଲ

admin | April 30, 2020 | 119 views |0 | Exclusive


ଭୁବନେଶ୍ୱର: ଲକ୍ ଡାଉନ୍ ଘୋଷଣା ଭିତରେ ଘର ପାଇଁ ପରିବା ଏବଂ ରାଶନ୍ ସାମଗ୍ରୀ ଆଣିବାକୁ ଯାଇଥିଲା ପୁଅ। କିନ୍ତୁ, ଘରକୁ ଫେରିଲା ବେଳକୁ ସାଙ୍ଗରେ ନେଇ ଆସିଲା ବୋହୂ। କିନ୍ତୁ ମା’ ପୁଅ ବୋହୂଙ୍କୁ ଘରେ ପୂରାଇବାକୁ ଦେଲେନି। କହିଲେ ଲକ୍ ଡାଉନ୍ ନିୟମ ଭାଙ୍ଗିଛୁ, ଘରେ ପୂରାଇବାକୁ ଦେବିନି।

ଏପରି ଏକ ଘଟଣାଟିଏ ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ। ଲକ୍ ଡାଉନ୍ ସମୟରେ ପୁଅ ଘର ପାଇଁ ପନିପରିବା ଏବଂ ରାସନ ସାମଗ୍ରୀ ଆଣିବାକୁ ବାହାରକୁ ଯାଇଥିଲା। କିନ୍ତୁ ସେ ଘରକୁ ଫେରିବା ବେଳକୁ ସାଙ୍ଗରେ ତାଙ୍କ ପ୍ରେମିକାଙ୍କୁ ବୋହୂ ଭାବରେ ଭାବରେ ଘରକୁ ନେଇ ଆସିଥିଲେ। ଏହା ଦେଖି ମା’ ରାଗରେ ନିଆଁବାଣ ହୋଇଯାଇ ଥିଲେ। ସେମାନଙ୍କୁ ଘର ଭିତରକୁ ଯିବାକୁ ମା’ ମନାକରି ଦେଇଥିଲେ। ଲକ୍ ଡାଉନ୍ ନିୟମ ଭାଙ୍ଗିଛୁ, ଘରେ ପୂରାଇ ଦେବିନି ବୋଲି କହିଥିଲେ ମା’। ମାମଲା ଯାଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ଅଭିଯୋଗ କରିବା ପାଇଁ ବୋହୂ ବେଶରେ ଝିଅ ଏବଂ ପୁଅ ଯାଇ ପୋଲିସ୍ ଷ୍ଟେସନରେ ପହଁଚିଲେ। ମା’ ମଧ୍ୟ ସେଠାକୁ ଆସି ଖୋଲା ଶବ୍ଦରେ କହିଥିଲେ ଯେ ଲକ୍ ଡାଉନ୍ ଉଲ୍ଲଂଘନ କରିଥିବା ପୁଅକୁ ଘର ଭିତରକୁ ଯିବାକୁ ଦେବେ ନାହିଁ।

ଉଭୟ ମନ୍ଦିରରେ ବିବାହ କରିଥିଲେ। ପୁରା ମାମଲା ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଗଲା। ପୁଅ, ଝିଅଙ୍କୁ ପୋଲିସ୍ ବୁଝାସୁଝା କଲା। ଏବେ ପୁଅ, ଝିଅ ଯାଇ ଏକ ଭଡ଼ା ଘରେ ରହୁଛନ୍ତି।ପୁଅର ମା’ ସ୍ପଷ୍ଟ ଭାବେ କହିଛନ୍ତି ଯେ ଲକ୍ ଡାଉନ୍ ନଉଠିବା ଯାଏଁ ସେମାନେ ଘରକୁ ଆସିବାର କୌଣସି ଆବଶ୍ୟକତା ନାହିଁ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 32 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories