#Breaking News #District #National #Politics #Slider #ରାଜ୍ୟ ଖବର

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 


ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୨୭, ୨୮ ରେ ଦୁଇଦିନିଆ ତୋଫାନୀ ସାଙ୍ଗଠନିକ ଗସ୍ତରେ କଟକନଗର ଜିଲ୍ଲା ପ୍ରବାସ କରିଥିଲେ . ପ୍ରଥମେ ଶିଖର ପୁର ଠାରେ ଭବ୍ୟ ସ୍ୱାଗତ ପରେ ସମ୍ବାଦ ପତ୍ର ରାଷ୍ଟ୍ର ଦୀପକାର୍ଯ୍ୟାଳୟ ବୈଠକ ହଲ ରେ ରାଷ୍ଟ୍ରଦୀପ ପ୍ରମୁଖ ଶ୍ରୀ କୁଳମଣି ପ୍ରଧାନ ଓ ଅନ୍ୟାନ୍ୟ ବିଜେପି ନେତା ସ୍ୱାଗତ କରିବା ପରେ ନଗରର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ସହ ସହରର ଜନସାଧାରଣଙ୍କ ବିଭିନ୍ନ ମୌଳିକ ଓ ବୃହତ୍ତର ସ୍ୱାର୍ଥ ଜଡିତ ସମସ୍ୟା ତଥା ଆଗାମୀ ଭାଜପାର ନିର୍ବାଚନ ଜିଣିବା ପାଇଁ କାର୍ଯ୍ୟକ୍ରମ ଗୁଡିକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟକର୍ତାଙ୍କ ମନୋବଳ ବଢ଼ାଇଥିଲେ. ପରେ ପରେ ଓଡିଶାର ପ୍ରଖ୍ୟାତ ସମ୍ବାଦପତ୍ର *ସମାଜ* କାର୍ଯ୍ୟାଳୟ ଯାଇ ସେଠାରେ ନିର୍ଦ୍ଧିଷ୍ଟ ଆଲୋଚନା କରି ରାତ୍ରଭୋଜନ କରିଥିଲେ.ପରଦିନ ରେଳବାଇ ବିଶ୍ରାମ ଗୃହରେ ସହରର ବୁଦ୍ଧିଜୀବୀଙ୍କୁ ସୌଜନ୍ୟ ମୂଳକ ଭେଟି କଟକ ସହରର ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ପାଇଁ ପରାମର୍ଶ ଲୋଡ଼ିଥିଲେ.ସେଠାରୁ କାର୍ଯ୍ୟକର୍ତାଙ୍କ ସହ ଯାଇ କଟକ ରେଳ ଷ୍ଟେସନର ପୂର୍ବପଟ ନୂତନ ଅତ୍ୟାଧୁନିକ ଦ୍ୱାରର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ.କଟକ ନଗର ଜିଲ୍ଲା ସାଙ୍ଗଠନିକ ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ,କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବିନୋଦ ଦାଶ,ଗୀତା ଦାସ,ରଶ୍ମିରେଖା ଦାସ, ସ୍ମୃତି ପଟ୍ଟନାୟକ,କର୍ପୋରେଟର ଗୋପାଳ ବେହେରା,ଲକ୍ଷ୍ମୀଧର ବେହେରା, ଗଗନ ଓଝା ଓ ଦୀପକ ଦାସ,କଳ୍ପନା ପଟ୍ଟନାୟକ, ବିଶ୍ୱରଞ୍ଜନ ମିଶ୍ର, ବିବେକାନନ୍ଦ ନାୟକ, ଭାଗିରଥି ଦଳେଇ,ଚିରଞ୍ଜୀବ ଖଣ୍ଡାୟତ ରା଼ୟ,ରତନ ମହାନ୍ତି, ଶିବ ପ୍ରସାଦ ନାୟକ ,ପ୍ରବୀଣା ମହାପାତ୍ର, ସ୍ମୃତି ପଟ୍ଟନାୟକ, ହେମନ୍ତ ବେହେରା, ଶୁଭେନ୍ଦୁ ପାତ୍ର,ଦେବାଶିଷ ଘୋଷ, ସୁଜାତା ମହାନ୍ତି, ଜୟକୃଷ୍ଣ ସ୍ୱାଇଁ, ପବନ ଭାଓସିଙ୍କା,ସନ୍ତୋଷୀ ଚୌଧୁରୀ, ମହମ୍ମଦ ସବିର,କଲ୍ୟାଣୀ ମହଲା, ହରିଚନ୍ଦନ ନାୟକ,ସୁଶାନ୍ତ ମହାନ୍ତି, ସୁବାଷ ମହାନ୍ତି, କବିରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା, ନମିତା ମିଶ୍ର, ଦିଲ୍ଲୀପ ସାହୁ, ବିଶ୍ୱରଥୀ ସ୍ୱାଇଁ, ମହିମାନନ୍ଦ ସ୍ୱାଇଁ, କୀର୍ତ୍ତି ପଟ୍ଟନାୟକ,ମିଲନ ବଡୁ, ସମୀର ବେହେରା,କୀର୍ତ୍ତିଚନ୍ଦ୍ର ସାମଲ,ବିଶ୍ୱଜିତ ପ୍ରଧାନ, ଅନୁପମ ଦାସ, ରାଜେଶ ସିଂ,ଅନିଲ ଦଳେଇ,, ସଂଗ୍ରାମ ସିଂ,ୱାଇ ୱାଣି,ସୁଧୀର ଶତପଥୀ,ତପନ ବେହେରା, କୁମାର ରାଜମନ୍ୟୁ,ପ୍ରଦୀପ ରଥ,ବିଶ୍ୱଜିତ ମହାପାତ୍ର,ଆଂଶୁମାନ ମିଶ୍ର, ସଂଯୁକ୍ତା ମିଶ୍ର , ଶରତ ଭୋଳ, ଦେବାଶିଷ ଦାସ , ଶିବ ନାରାୟଣ ନାୟକ,ଦାସରଥୀ ବେହେରା, ସ୍ମୃତି ମହାନ୍ତି ,ସୌମ୍ୟ ନାୟକ,ଶିଳ୍ପା ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ.

Leave a comment

Your email address will not be published. Required fields are marked *