#Breaking News #District

ଯୋଗାଣ ବିଭାଗ ର ଚଢ଼ାଉ, ଗ୍ୟାସ ସିଲିଣ୍ଡର ଜବତ


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଯୋଗା ଣ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଏଜେନ୍ସୀର ହାଟପଦା ଠାରେ ଥିବା ଏସିଆନ ଗ୍ୟାସ ଏଜେନ୍ସି ଉପରେ ଚଢାଉ କରି ଚାରିଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଓ ୬ଟି ଖାଲି ସିଲିଣ୍ଡର ଜବତ କରିଥିଲେ l
ସିଲିଣ୍ଡର ରେ ଆବଶ୍ୟକ ପରିମାଣ ଠାରୁ କମ୍ ଓଜନ ର ଗ୍ୟାସ୍ ଥିବା ଓ ସିଲିଣ୍ଡର ରେ ତ୍ରୁଟି ଥିବା ଦର୍ଶାଇ ଥିଲେ ଓ ଓଜନ କିପରି ଓ କାହିଁକି କମ୍ ଆସିଲା ବୋଲି ପ୍ରଶ୍ନ କରିବାରେ ଦାୟିତ୍ଵରେ ଥିବା କର୍ତ୍ତୃପକ୍ଷ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଜବତ କରିଥିଲେ l
ଜବତ ସମସ୍ତ ସିଲିଣ୍ଡର ଗୁଡ଼ିକୁ ମା ନାରାୟଣୀ ଗ୍ୟାସ୍ ବିତରଣକା ରୀ ଅକ୍ଷୟ ବିଶ୍ବାଳ ଙ୍କୁ ହସ୍ତାନ୍ତର କରିଥଲେ l ଚଢାଉ ରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେଡ୍ରୀୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ଦିଲୀପ କୁମାର୍ ପାଣିଗ୍ରାହି, ଯୋଗାଣ ନିରୀକ୍ଷକ କବିତା ରାଣୀ ବେହେରା ଉପସ୍ଥିତ ଥିଲେ l
ଗ୍ୟାସ୍ ସମସ୍ୟା ନେଇ ବହୁ ପୂର୍ବରୁ ଉପଭୋକ୍ତା ମାନେ ଅଭିଯୋଗ୍ କରିଆସୁଥିଲେ l
ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜିଲା ଯୋଗାଣ ଅଧିକାରୀ ମିଶ୍ର କହିଛ ନ୍ତି l

Leave a comment

Your email address will not be published. Required fields are marked *