#Exclusive

ଧିକ ଆମ ଗଡଜାତିଆ ପଣିଆକୁ ଧିକ ।

ଆଠଗଡ଼ (୨୭/୧୧/୧୯) ଲଲାଟେନ୍ଦୁ ସେନାପତି : ମୋ ପ୍ରିୟ ଆଠଗଡ ର୍ ଭୋଟର ଭାଇ ଓ ଭଉଣୀ ଓ ଚାଷୀ ଭାଇ ମାନେ ସମସ୍ତଙ୍କୁ ମୋର ପ୍ରଣାମ,ଲେଖିବାର କାରଣ ଆପଣ ମାନେ ଜଣେ ଜଣେ ସୁ ନାଗରିକ,ଦୀର୍ଘବର୍ଷ ହେଲା ଅନେକ ଥର ଭୋଟ ଦେଇଛନ୍ତି,ଚାଷୀ ମାନେ ଏଥିରୁ ମଧ୍ୟ ବାଦ ପଡିନାହାନ୍ତି,ହେଲେ ଏଇ ଯେଉଁ ବୃକ୍ଷ ଦେଖୁଛନ୍ତି ଇଏ ହେଉଛି ଓସ୍ତଗଛ,ଇଏ ଗତ 30 ବର୍ଷରେ ନିଜର କାୟା ବିସ୍ତାର କରି ସାରିଲାଣି,ହେଲେ ଏଈ ଗଛ ଯାହା ଉପରେ ଛିଡା ହୋଇଛି ସିଏ ହେଉଛି ଶୀତଳ ଭଣ୍ଡାର,ଏ ଶୀତଳ ଭଣ୍ଡାର ଗତ 30 ବର୍ଷ ଧରି ସୋଇଯାଇଛି,ଏହାକୁ ଉଠାଇବା ପାଇଁ କୌଣସି ରାଜନୈତିକ ଦଳ ଆଗ୍ରହ ପ୍ରକାଶ କରିନାହାନ୍ତି, ବର୍ତ୍ତମାନ ପିଆଜ ଦର ଯେପରି ହୋଇଛି ଯଦି ଏହି ଶିତଳଭଣ୍ଡାର ଚାଲୁଥାନ୍ତା ଆଠଗଡ ରେ ପିଆଜ ଦର 80 ଟଙ୍କା ହୋଇନଥାନ୍ତା, ଏବେ ଆପଣମାନଙ୍କୁ ଭାବିବାର ବେଳ ଆସିଛି,ଚାଷୀମାନେ ମଧ୍ୟ ଚୁପ ଅଛନ୍ତି,ହେଲେ ଯେଉଁ ବ୍ୟକ୍ତି ଟି ଏ ସିତଲଭଣ୍ଡାରଟିକୁ ଆଠଗଡ ବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ସେ ଏବେ ଉପରେ ଥାଇ କଂଣ୍ ଭାବୁଥିବେ,ଧନ୍ୟରେ ଆଠଗଡିଆ ତୁମକୁ ମୁଁ ଯାହା ଦେଇଥିଲି ତୁମେ ତାକୁ ରଖି ପାରିଲ ନାହିଁ।ତମେ ଭାସିଗଲେ କେତେ ଆଉ ରହିଲେ କେତେ ,ନିଜେ ନିଜକୁ ପଚାର।

Leave a comment

Your email address will not be published. Required fields are marked *