#Exclusive

ନିଆରା ଶିଳ୍ପୀଙ୍କ ହାତର ଯାଦୁ ।

ଆଠଗଡ଼ (୧୨/୦୨/୨୦) : ସ୍ତପତିଙ୍କ କଳା ଦେଖିବାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ, ସ୍ତପତି ରବିନାରାୟଣ ରଥ ଆସିଲେ ଆଉ ତାଙ୍କର ହାତର ଯାଦୁ ଦେଖାଇଲେ ଛାତ୍ରଛାତ୍ରୀ ମାନଙ୍କୁ ।

ଏଭଳି ଏକ ନିଆରା ଶିଳ୍ପୀଙ୍କ କଳା କାରନାମା ଦେଖିବାକୁ ମିଳିଥିଲା ଆଠଗଡ ସହରର ସରକାରୀ ବାଳିକା ବିଦ୍ୟାଳୟ ଓ ବିଶ୍ୱନାଥ ବିଦ୍ୟାପୀଠ ରେ,ମାତ୍ର ୧୫ ମିନିଟ ରେ ରବିନାରାୟଣ ମାଟିରେ ନିର୍ମାଣ କରିଦେଲେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର,

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟର ସବୁ ସ୍କୁଲ ବୁଲି ଏପରି ଗାନ୍ଧୀଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି ସେ,ଏ ପର୍ଯ୍ୟନ୍ତ ସେ ରାଜ୍ୟର ବିଭିନ୍ନ ସ୍କୁଲ ବୁଲି ଆଠଗଡ କୁ ମିଶାଇ ୭୧ ଟି ଗାନ୍ଧୀ ମୂର୍ତି ତିଆରି କରିସାରିଲେଣି,

ତା ପୁଣି ପିଲାଙ୍କ ମେଳରେ, କେବଳ ଛାତ୍ରଛାତ୍ରୀ ଙ୍କୁ ଚିତ୍ରକଳା ଉପରେ ଜ୍ଞାନ ଆହରଣ କରିବା ପାଇଁ ସେ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଛନ୍ତି,

ଆଠଗଡ ବିଶ୍ଵନାଥ ବିଦ୍ୟାପୀଠ ରେ ଯେଉଁ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି ତାହା ସେ ନିର୍ମାଣ କରିଥିବା ପ୍ରକାଶ କରିଥିଲେ, ଏଭଳି ଜଣେ ସ୍ତପତି ଙ୍କୁ ପାଇ ଛାତ୍ରଛାତ୍ରୀ ମାନେ ତାଙ୍କ ଠାରୁ କଳାର ଜ୍ଞାନଆହରଣ କରିପାରିଛନ୍ତି।

Leave a comment

Your email address will not be published. Required fields are marked *