#Breaking News

କଟକ ନଗର ଜିଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ(ଉଲାପ୍ର) କଟକନଗର ଜିଲ୍ଲା କାର୍ଯ୍ୟକାରିଣୀ ମର୍କତନଗର ଉଇଣ୍ଡସର ପ୍ୟାଲେସଠାରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଭାରତମାତାଙ୍କ ଫଟୋରେ ମାଲ୍ୟାର୍ପଣ ଦ୍ବୀପ ପ୍ରଜ୍ବଳନ ପରେ ବନ୍ଦେ ମାତରଂ ଗାନ କରାଯାଇ କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିଲା।ନଗର ସଭାପତି ଶ୍ରୀ ବଡୁ ଆଗାମୀ ଯୋଜନା ପ୍ରସଙ୍ଗରେ ସର୍ବ ପ୍ରଥମେ ଅଭିଭାଷଣ ରଖିଲା ପରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର। ପ୍ରସ୍ତାବ ରେ କରୋନା କାଳରେ ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଲୋକଙ୍କ ପାଖରେ ନିରନ୍ତର ଛିଡା ହୋଇ କେନ୍ଦ୍ରସରକାର ଦେଶବାସୀ ଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେଇଥିବାରୁ ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦିଆଯାଇଥିଲା।ପଞ୍ଜାଵ ରେ ପ୍ରଧାନମନ୍ତ୍ରୀ ଙ୍କ ଉପରେ କଂଗ୍ରେସ ପ୍ରାୟୋଜିତ ଆକ୍ରମଣ ର ଷଡଯନ୍ତ୍ର କୁ ନିନ୍ଦା କରାଯାଇଥିଲା।ରାଜ୍ୟରେ ମାହାଙ୍ଗା ଡବଲ ମର୍ଡର, ମମିତା ମେହେର ହତ୍ୟା ଭଳି ଦିନକୁ ଦିନ ବଢୁଥିବା ମହିଳାଙ୍କ ଉପରେ ଆକ୍ରମଣ ପାଇଁ ଉଦବେଗ ପ୍ରକାଶ କରାଯାଇ,ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରାଯାଇଥିଲା।କଟକରେ କେନ୍ଦ୍ର ସରକାର ଙ୍କ ଅମୃତ ଯୋଜନା ଅନ୍ତର୍ଗତ ସାଧାରଣ ଲୋକଙ୍କ ପାଇଁ ଆସିଥିବା ପିଇବା ପାଣି, ସ୍ଵଛତା ଆଦି ବିଭିନ୍ନ ଯୋଜନା ର ଅର୍ଥ ଠିକ ଭାବେ ଖର୍ଚ୍ଚ ନକରିବା,ରାଜ୍ୟ ସରକାର ନିଜ ନିର୍ବାଚନି ପ୍ରଚାର ପାଇଁ ଲୋକଙ୍କୁ ଭୁଲ ତଥ୍ୟ ଦେବା,ସମସ୍ତ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହିବା ଆଦିକୁ କାର୍ଯ୍ୟକାରିଣୀ ନିନ୍ଦା କରୁଛି।ଜାଇକା,ବକ୍ସ ଡ୍ରେନ ସମ୍ବନ୍ଧୀୟ ବିଜେଡିର ପ୍ରତିଶୃତି ରେ କଟକବାସୀଙ୍କୁ ବାରମ୍ବାର ପ୍ରତାରଣାକୁ ନିନ୍ଦା କରାଯାଇ ଆହ୍ୱାନ ଦିଆଯାଇଥିଲା ସତ ସାହସ ଥିଲେ,ମହାନଗର ନିଗମ ନିର୍ବାଚନ ପୂର୍ବରୁ କଟକର ଏହି ଅଧାପନ୍ତରିଆ କାର୍ଯ୍ୟଗୁଡିକ ସମାପ୍ତ କରନ୍ତୁ। ମଶା,ମାଛି,ପରିମଳ,ରାସ୍ତା ଘାଟ,ରାସ୍ତା ପାର୍ଶ୍ଵ ବିଜୁଳି,ଶିକ୍ଷା,ଭେଣ୍ଡିଂ ଯୋନ,ବସ୍ତି,ଉଠା ଦୋକାନୀଙ୍କୁ ପୋଲିସ ବଟି, ଭ୍ୟାକ୍ସିନ,ନକଲି ମେଡ଼ିସିନ, ସ୍ୱାସ୍ଥ୍ୟ କାର୍ଡ,ହାଓଡ଼ା ମୋଟର୍ସ ପାଖ ଅଶୀ ବର୍ଷ ପୁରୁଣା ପୋଷ୍ଟ ଅଫିସ ଉଠାଇନେବା,କୃଷକ ବଜ଼ାରରେ ମଣ୍ଡି ନିର୍ମାଣ ଆଦି ବ୍ୟବସ୍ଥାରେ ଜନ ଉଚିତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି।କଟକ ବଡ଼ ମେଡ଼ିକାଲ କୁ ଏମ୍ସ ପ୍ଲସ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳିବା ପରେ ନିର୍ମାଣ କାର୍ଯ୍ୟରେ ମନ୍ଥରତାକୁ କାର୍ଯ୍ୟକାରିଣୀ ଉଦବେଗ ପ୍ରକାଶ କରିଛି। କେନ୍ଦ୍ରୀୟ ଅନୁଦାନ ରେ ଶିଖରପୁର ଅଣ୍ଡରପାସ ନିର୍ମାଣକୁ ଟ୍ରାଫିକ ଅନୁମତି ନମିଳିବା ରାଜ୍ୟ ସରକାର ଭୂମିକାରେ ସନ୍ଦେହ ସୃଷ୍ଟି ହେଉଛି।ସର୍ବୋପରି କଟକର ସାମଗ୍ରିକ ଦ୍ରୁତ ବିକାଶ ଓ ଆର୍ଥିକ ସ୍ୱଚ୍ଛତା ପାଇଁ ସର୍ବଦଳୀୟ କୋର କମିଟିରେ ଆଲୋଚନା ଓ ତତସମ୍ବନ୍ଧିତ ତଥ୍ୟ ରଖିବାକୁ କାର୍ଯ୍ୟକାରିଣୀ ଦାବୀ କରିଛି। ଏଥିରେ ଅନୁସୂଚିତ ଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରିତମ ଦାସ,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପଟ୍ଟନାୟକ,ବରିଷ୍ଠ ନେତା ପ୍ରଦୀପ ପଟ୍ଟନାୟକ,ରାଜ୍ୟ ସମବାୟ ପ୍ରକୋଷ୍ଠ ଆବାହକ ଶ୍ରୀ ପବିତ୍ର ଦାଶ,ଦୁର୍ଯ୍ୟୋଧନ ଲେଙ୍କା,ପାର୍ବତୀ ଦାସ, ରମେଶ ଦାସ,ଦେବାଶିଷ ରାୟ, ଅକ୍ଷୟ ଆଚାର୍ଯ୍ୟ,ଅମ୍ବିକା ସାମଲ, ଭାଗିରଥୀ ଦଳେଇ,କୃଷ୍ଣଚନ୍ଦ୍ର ମହାପାତ୍ର,ସଞ୍ଜୟ ଜେନା ବିକାଶ ବେହେରା,ହରପ୍ରସନ ଦାସ,ବିଶ୍ୱରଥୀ ସ୍ୱାଇଁ, ଜୟକୃଷ୍ଣ ସ୍ବାଇଁ,ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର,ପୂର୍ଣ୍ଣଚନ୍ଦ୍ର ଜେନା,ସୁଧୀର ଶତପଥୀ,ଲଲାଟେନ୍ଦୁ ଦାସ,ରତନ ମହାନ୍ତି, ଦେବାନନ୍ଦ ସିଂ,ପୁଷ୍ପିତା ମହାପାତ୍ର,ସ୍ବର୍ଣ୍ଣଲତା ସେଠୀ,ସୋନିଆ ଶର୍ମା,ନମିତା ମିଶ୍ର,ହୃଷିକେଶ ଦେହୁରୀ,ମହମ୍ମଦ ସବିର,ମହେନ୍ଦ୍ର ମହାନ୍ତି, ସଞ୍ଜୟ ଜେନା,ଶିବପ୍ରସାଦ ସେଠୀ,ସୁବାଷ ମହାନ୍ତି,ମନୋରଞ୍ଜନ ସାହୁ,ଶୁଭାଶିଷ କର,ମିତାଲି ଦାସ,ନିତାଇ ନନ୍ଦ,ଅମୂଲ୍ୟ ସାହୁ,ଜ୍ୟୋତିରଞ୍ଜନ ପଲେଇ,ସୂର୍ଯ୍ୟନାରାୟଣ ବେହେରା,ରଞ୍ଜିତା ନାଏକ,ସୌଦାମିନୀ ମିଶ୍ର, ଶ୍ରୀନିବାସ ରେଡ଼ି,ପ୍ରିୟଦର୍ଶିନୀ ସାହୁ,ସୁର୍ଯ୍ୟ ନାରାୟଣ ବେହେରା,ଶ୍ୟାମସୁନ୍ଦର ସାହୁ,ବିଜୟ ଅଗ୍ରୱାଲ,ପ୍ରବୋଧ ବଡ଼ପଣ୍ଡା,ଦୀପକ କାହାଳୀ,ହେମନ୍ତ ସାହୁ,ଶିବପ୍ରସାଦ ରାଉତ,ଶ୍ରୀକାନ୍ତ ବେହେରା, ସୁବାଷ କେଡ଼ିଆ, ଶରତ ଭୋଳ,ସଂଯୁକ୍ତା ମିଶ୍ର,ସୁଶାନ୍ତ ମହାନ୍ତି, ରାଜେଶ ସେଠି,ଅଭିଳାଷ ଜେନା,ସୁଜାତା ଭରଦ୍ବାଜ,କିଷାନ ବର୍ମା,ସୁବାଷ କେଡ଼ିଆ,ଶିବ ସିହ୍ନା,ଜୀବନ ଦାସ,ସଦାନନ୍ଦ ବିଶ୍ୱାଳ,ସୁମନ ରାଉତ,ଉଷା ପାତ୍ର,ରଞ୍ଜନ ସିଂ,ବିଚିତ୍ରାନନ୍ଦ ମାଝୀ,ମୋନାଲିସା ଦାସ,କଳ୍ପନା ବେହେରା,ଅରୁଣ ବେହେରା,ସତ୍ୟ ମହାପାତ୍ର,ସତ୍ୟେନ ରାଉତ ରାଏ, ନୃସିଂହ ପାତ୍ର,କଲ୍ୟାଣି ମହଲା,ସୁମିତ୍ରା ସାହୁ,ଅସିତ ପେଦିନି,ଜୁନେଦ ଖାଁ,ଶତ୍ରୁଘ୍ନ ଜେନା,ଅମିତ ସାଇଁ, ସୁନିଲ ବାରିକ,ଲିଙ୍ଗରାଜ ରଥ,ପୃଥ୍ୱୀରାଜ ସ୍ବାଇଁ, ଧିରପ୍ରସାଦ ମହାନ୍ତି, ରବୀନ୍ଦ୍ର ଦାସ,ସନ୍ତୋଷ ପାତ୍ର ପ୍ରଭୃତି ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *