#Breaking News

ଓଏସଆରଟିସି ବସଆଜିଠୁ ଚାଲିଲା


ଫୁଲବାଣୀ- (ସୁନୀଲ ପଟନାୟକ)
କରୋନା ସଂକ୍ରମଣ ବଢୁଥିବା ଯୋଗୁ୍ରାଜ୍ୟସରକାର ଗତ ମେ ମାସରୁ ଜୁନ ୩୦ ଯାଏ ଲକ ଡ଼ାଉନ ଘୋଷଣା କରିବସ ହ ବସ ଚଳାଚଳ ବନ୍ଦ କରିଦେଇଥିଲେ। କିନ୍ତୁ ମଙ୍ଗଳବାର ଆଜି ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ O. S. R. T. C ବସ ଚଳାଚଳ ଆରମ୍ଭ ହୋଇଛି l ସେଇ ଭଳି କନ୍ଧମାଳ ଜିଲ୍ଲା ରେ ମଧ୍ୟ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l ଫୁଲବାଣୀ ଠାରୁ 7 ଟି ରୁଟ୍ କୁ ମଙ୍ଗଳବାରଠାରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l ଫୁଲବାଣୀ ଠାରୁ ବାଲିଗୁଡ଼ା ତୁମୁଡ଼ିବନ୍ଧ ବନ୍ଧ, କଟିଙ୍ଗିଆ, ବେଲ ଘର ଏଭଳି ବିଭିନ୍ନଅଞ୍ଚଳକୁ ବସ ଚଳାଚଳ ଆରମ୍ଭ ହୋଇଛି l ବହୁଦିନ ପରେ ରାଜ୍ୟ ସରକାର ଙ୍କ ଏଭଳି ନିଷ୍ପତ୍ତିକୁ ସାଧରଣରେ ସ୍ଵାଗତ କରିଛନ୍ତି l ହେଲେ ଯାତ୍ରୀମାନେ ଠିକ ଭାବେ ଜାଣିପାରି ନ ଥିବାରୁ କମ ସଂଖ୍ୟକ ଯାତ୍ରୀ ବସରେ ଯାଉଥିବା ଦେଖିବାକୁ ମିଳିଥିଲା। କୋଭିଡ ଗାଇଡଲାଇନ ଅନୁଯାୟି ଯାତ୍ରିଙ୍କୁ ବସରେ ନିଆଯ।ଇଥିବା ଓ ଏସ ଆର ଟି ସି ମେନେଜର କହିଛନ୍ତି।

Leave a comment

Your email address will not be published. Required fields are marked *