#Breaking News

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବ୍ୟାପକ ବୃକ୍ଷରୋପଣ


ଫୁଲବାଣୀ- (ସୁନୀଲ ପଟନାୟକ)
ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରବିବାର ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ବିଶେଷକରି ବେଦାନ୍ତ ସେବା ସମିତି,ଏସଏସ ନର୍ସରୀ, ସତ୍ୟସାଇ ସ୍କୁଲ ଓ ସରସ୍ଵତୀ ଶିଶୁ ମନ୍ଦିର ପରିସରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା,।

ଏହି ଅବସରରେ ଜିଲ୍ଲା ଲେଖକ ସାମୁଖ୍ୟ ର ସଭାପତି ତଥା ବରୀଷ୍ଠସାହିତ୍ୟିକ ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ତଥା ର୍ଶିଶୁ ସାହିତିକ କୈକାଶ ଧଳ ସମ୍ବାଦର ଜିଲ୍ଲା ପ୍ରତିନିଧି ତ ଥା ବିଶିଷ୍ଟ ସାହିତ୍ୟିକ ରଂଜନ ପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷ ଅଶୋକ ବେହେରା , ସାହିତ୍ୟିକ ଅଶୋକମିଶ୍ର, ପ୍ରସନ୍ନ ପଣ୍ଡା,ବନ ବିହାରୀନନ୍ଦ ପ୍ରମୁଖ ଙ୍କ ସମେତ ବହୁ ସାହିତିକ ଓ କବୀଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ କୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଥିଲେ ।
ସମ୍ବାଦ ସାହିତ୍ୟ ଘର ଭାଷା ସାହିତ୍ୟର ବିକାଶପାଇଁ ଉଦ୍ୟମ କରିବା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା , ବୃକ୍ଷ ରୋପଣ ହେଉ ଅବା କରେ । ନା ସଚେତନ ଆଦି ଅନେକ ସାମାଜିକ କଲ୍ୟାଣକାର୍ଯ୍ୟକ୍ରମ ମଧ୍ୟ କରିଆସୁଛି।

Leave a comment

Your email address will not be published. Required fields are marked *