#Uncategorized

ଗଡ଼ଜାତ ପରିକ୍ରମା ତରଫରୁ ମହୋତ୍ସବ ପାଇଁ ଦ୍ଵିତୀୟ ବୈଠକ ।

ବଢୁଛି ସମର୍ଥନ, ଅଧିକ ରୁ ଅଧିକ ଲୋକ ଆଗେଇ ଆସୁଛନ୍ତି ଏହି କାର୍ଯ୍ୟକ୍ରମ ପାଇଁ । ଆଜିର ବୈଠକରେ ବିଭିନ୍ନ ବିଷୟ ଆଲୋଚନା ସହିତ କିଭଳି ଏହି କାର୍ଯ୍ୟକ୍ରମ କୁ ଆଗକୁ ଚାଲିବ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଅଛି । ଆଠଗଡିଆ ମନୋଭାବ ନେଇ ସମସ୍ତେ ଏକ ହୋଇ କାମ କରିବାକୁ ମତ ପ୍ରକାଶ ପାଇଥିଲା । ଆଜିର ବୈଠକରେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ପ୍ରତାପରୁଦ୍ର ବେଉରାୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ପାଦକ ଲଲାଟେନ୍ଦୁ ସେନାପତି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ବୈଠକ ସମ୍ପାଦିତ ହୋଇଅଛି ।

ଆଠଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଗଡଜାତ ମହୋତ୍ସବ ର ଦ୍ୱିତୀୟ ବୈଠକ ଉତରାଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ,ଅସ୍ଥିଶଲ୍ୟ ଚିକିସ୍ଥକ ପ୍ରତାପରୁଦ୍ର ବେଉରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଲଲାଟେନ୍ଦୁ ସେନାପତି ମହୋତ୍ସବରେ ରାଜ୍ୟର 26 ଗୋଟି ଗଡଜାତ କୁ ସାମିଲ କରିବା ପାଇଁ ଘୋଷଣା କରିଥିଲେ,ଗଡଜାତ ଅଂଚଳର ହଜିଯାଇଥିବା ଐତିହ୍ୟ, ଲୋକକଳା,ସାହିତ୍ୟ,ସଂସ୍କୃତି କୁ ଲୋକ ଲୋଚନକୁ ଆଣିବା ସହିତ ପରମ୍ପରା କୁ ଲୋକଲୋଚନକୁ ଆଣିବା ପାଇଁ ସର୍ବସମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା,ମାଙ୍କ ପୀଠରେ ସମସ୍ତେ ଏକାକାର ହୋଇ ଏହି ମହୋତ୍ସବ ର୍ ସଫଳ କାମନା ନିମନ୍ତେ ମାଙ୍କୁ ପ୍ରାର୍ଥନା କରିଥିଲେ,ଶେଷରେ ବିଜୟ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *