#Breaking News

ରାଧାକିଶୋରପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାଥିନୀଙ୍କ ନିର୍ବାଚନୀ ପ୍ରଚାର


ଆଠଗଡ଼ (ଉଲାପ୍ର)ଆଜି ପୂର୍ବାହ୍ନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥିନୀ ରଞ୍ଜିତା ହେସା ରାଧାକିଶୋରପୁର ପଞ୍ଚାୟତରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀମତୀ ହେସା ପଞ୍ଚାୟତର ରାଧାଦାମୋଦର ପୁର, ରାଧାକିଶୋରପୁର ଓ ଖମାର ନୂଆଗାଁ ଗ୍ରାମର ପ୍ରତ୍ୟେକ ମତଦାତାଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଅନେକ ଗ୍ରାମବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ

ହେସାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସ୍ଵାଗତ ଓ ଶୁଭେଛା ମଧ୍ୟ କରିଥିଲେ । ଏହି ପ୍ରଚାର କାର୍ଯ୍ୟରେ ବରିଷ୍ଠ କଂଗ୍ରେସ ନେତା ନିଶିକାନ୍ତ ସ୍ବାଇଁ, ଆଦିବାସୀ ହୋ ସମାଜର ରାଜ୍ୟ ସଭାପତି ହରିଶ୍ ହାଇବ୍ରୁ, ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଚିତ୍ତରଞ୍ଜନ ବେହେରା, ଶଶଧର ସ୍ବାଇଁ, ଅକ୍ଷୟ କୁମାର ହାତୀ, ପରମାନନ୍ଦ ସାହୁଙ୍କ ସମେତ ବହୁ ମହିଳା କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *