#Breaking News

ଅଜଣା ଗାଡି ଧକା ରେ ଦୁଇ ମୃତ


ଫୁଲବାଣୀ (-ସୁନୀଲ ପଟନାୟକ )
ଶୁକ୍ରବାର କନ୍ଧମାଳ ଜ଼ିଲା କ ନୂଆଗାଁ ଠାରେ ବାଇକ ଦୁର୍ଘଟଣା k ଦୁଇ ଜଣକ ର ମୃତ୍ଯୁ ହୋଇଥିବା ଜଣା ପଡିଛି lମୃତକ ମାନେ ହେଲେ
କନ୍ଧ ମାଳ ଜ଼ିଲା କ.ନୁଆଗାଁ ଥାନା ଗସୁକିଆ ଗ୍ରାମର ତିମନ୍ତ ଦିଗାଳ ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଏ ଦୁଇଜଣ ଆଜି ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି କାକାବୁଡା ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇପଡ଼ିଥିଲେ ।
ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ ଜଣ ଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a comment

Your email address will not be published. Required fields are marked *