#Breaking News

ଫୁଲବାଣୀ ବନ ଖଣ୍ଡ ଅଧୀନ ରେ୩ ଦିନ ବ୍ୟାପି ବାଘ ଗଣନା


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ବନ ଖଣ୍ଡ ଅଧୀନ ରେ ଥିବା ବିଭିନ୍ନ ରେଞ୍ଜ ଅଧୀନ ରେ ଥିବା ଘଞ୍ଚ ଜଙ୍ଗଲ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି l
ଡିଭିଜନ ଅଧୀନ ରେ ଥିବା ରେଞ୍ଜ କର୍ମଚାରୀ ଙ୍କୁ ନେଇ ଟିମ ଗଠନ କରାଯାଇ ବାଘ ଗଣନା କାର୍ଯ୍ୟଆରମ୍ଭ
କରାଯାଇଛି l
ଡିଭିଜନ ଅନ୍ତର୍ଗତ ଫୁଲବାଣୀ, ସୁଦୃକୁମ୍ପା, ଟିକାବାଲି, ଫିରିଙ୍ଗିଆ, ରାଇକିଆ, କରଡ଼ା, ଜି. ଉଦୟଗିରି ଅଦି ରେଞ୍ଜ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି l
ଜଙ୍ଗଲ ରେ ଥିବା ଜଳାଶୟ, ଗୁମ୍ଫା,ଘଞ୍ଚ ଜଙ୍ଗଲ ଭିତରକୁ ଯାଇ କର୍ମଚାରୀ ମାନେ ବାଘର ପାଦ ଚିହ୍ନ କୁ ସଂଗ୍ରହ କରି ଗଣନା କରୁଥିବା ଜଣା ପଡ଼ିଛି l ଏହି ଡିଭିଜନ ରକେତେକ ସ୍ଥାନ ରେ ଚିତା, କାଲରାପତ୍ରିଆ ବାଘ ଥିବା ଅନୁମାନକରାଯାଉଛି l ବନ ଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା ଙ୍କ ତତ୍ଵାବଧାନ ରେ ରେଞ୍ଜର ମାନଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟ ୩ ଦିନ ଧରି ଚାଲିଥିଲା l
ଆସନ୍ତା କାଲି ଠାରୁ ତୃଣ ଭୋଜି ପ୍ରାଣୀ ମାନଙ୍କ ଗଣନା ଆରମ୍ଭ ହେବ ବୋଲି ଜଣା ପଡ଼ିଛି l

Leave a comment

Your email address will not be published. Required fields are marked *