ଦାରିଂବାଡ଼ି ଘାଟିରେ ଅଟକିଲା ପ୍ରବାସୀଙ୍କ ବସ୍ ; ଘନ ଜଙ୍ଗଲରେ କଟିଲା ରାତି

admin | May 24, 2020 | 112 views |0 | Exclusive

ବଲାଙ୍ଗିର: ସରକାର ବସରେ ପ୍ରବାସୀଙ୍କୁ ଫେରିବାକୁ ବାରଣ କରିଛନ୍ତି । ହେଲେ ପେଟର ଭୋକ ଆଉ ଜନ୍ମମାଟି ଡ଼ାକ ଆଗରେ ସରକାରୀ ବାରଣକୁ ମାନୁଛି କିଏ ? ତାମିଲନାଡ଼ୁରୁ ବସଭଡ଼ା କରି ବଲାଙ୍ଗିର ଫେରୁଥିବା ୩୦ ପ୍ରବାସୀଙ୍କ ସିନା ସୁରୁଖୁରୁରେ ସେଠାରୁ ବାହାରି ଆସିଲେ ହେଲେ ବାଟରେ ଘାଟି ଉପରେ ଅଟକି ଗଲା ଗାଡ଼ି । ନାଁ ଆଗକୁ ଯାଇ ପାରୁଥିଲା ନା ପଛକୁ । ଶେଷରେ ସାରା ରାତି ଜଙ୍ଗଲ ମଧ୍ୟରେ ଘାଟି ଉପରେ ପାଖାପାଖି ୩୦ ଶ୍ରମିକ କାଟିବାକୁ ବାଧ୍ୟ ହେଲେ । ସକାଳୁ ପୁଲିସ ଗାଡ଼ିକୁ ଘାଟିରୁ ବାହାର କରିବା ପରେ ସେମାନେ ଘରକୁ ଫେରିଛନ୍ତି ।ତାମିଲନାଡ଼ୁରୁ ଏକ ବସ ଭଡ଼ା କରି ବଲାଙ୍ଗୀର ଅଭିମୁଖେ ବାହାରିଥିଲେ ଫସି ରହିଥିବା ୩୦ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରେ ବଲାଙ୍ଗୀର ସମେତ ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଦାଦନ ଶ୍ରମିକ ଥିଲେ ।  ଶନିବାର ରାତିରେ ଦାରିଙ୍ଗବାଡ଼ିର ଏକ ଘାଟି ବୁଲାଣିରେ ବସ୍ ଅଟକି ଯାଇଥିଲା । ବହୁ ସମୟ ଚେଷ୍ଟା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ ।  ଘଟଣା ସ୍ଥଳରେ ପହଞ୍ଚିଥିଲା ଗଞ୍ଜାମ ସୋରଡ଼ା ପୁଲିସ । ତେବେ ବିଳମ୍ବିତ ରାତିରେ ଅନ୍ଧାର ଯୋଗୁଁ  ବସ୍ କାଢ଼ିବା ସମ୍ଭବ ନଥିଲା । ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପାନୀୟ ଜଳ ଏବଂ କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରି ଚାଲିଯାଇଥିଲା ପୁଲିସ । ଏପରିକି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା । ରାତି ସାରା ଜଙ୍ଗଲରେ ବିତାଇବା ପରେ ସକାଳୁ ପୁଲିସ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରିଥିଲା ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories