#Breaking News

ବରଗଡ଼ ର ନୂତନ ଏସପି ଭାବେ ରାହୁଲ ଜୈନ ଙ୍କୁ ବଦଳି


ବରଗଡ଼:- ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଗୃହ ବିଭାଗ ର ଚିଠି ସ°ଖ୍ୟା୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି । ସେ ବରଗଡ଼ ଏସପି ପଦ୍ମିନୀ ସାହୁ ଙ୍କ ସ୍ଥାନରେ ଯୋଗ ଦେବେ। ସେହିପରି କେନ୍ଦ୍ରିୟ ଡେପୁଟେସନରୁ ଫେରି ଥିବା ଦେବଦତ୍ତ ସିଂ ଆଇଜିପି ମୁଖ୍ୟାଳୟରେ ଯୋଗ ଦେବେ। ଅଖିଳେଶ୍ବର ସିଂ ଜଗତସିଂହପୁର, ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର,କେଆର ଦ୍ୟାନ ଦେଓଙ୍କୁ ମୟୁରଭଞ୍ଜ,ପ୍ରୟୁଷ ଦୀବାକରଙ୍କୁ ନୂଆପଡ଼ା,ପିଏସ ମିନାଙ୍କୁ ମିଲକାନଗିରି ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Leave a comment

Your email address will not be published. Required fields are marked *