#Breaking News

ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ବୈଠକରେ ଉପସ୍ଥିତ ସଭାକାର୍ଯ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ଶିକ୍ଷୟତ୍ରୀ ସୁଲେଖା ରାଉତ, ଜୟନ୍ତୀ ରଥ ପାଠ ଉପରେ ଆଲୋଚନା କରି ସମସ୍ତ ଅଭିଭାବକଙ୍କୁ ପରାମର୍ଶ ଓ ସଚେତନ କରାଇ ପାଠ୍ୟ ଉପରେ ବିଶେଷ ଆଲୋଚନା କରିଥିଲେ । ଏଥିସହ ଚଳିତ ବର୍ଷ ନବମ ଶ୍ରେଣୀର ଟର୍ମ 1 ବୋର୍ଡ଼ ପରୀକ୍ଷା ବିଷୟରେ ସଚେତନ କରାଯାଇଥିଲା । ଆଜିର ଏହି ବୈଠକରେ 120ରୁ ଅଧିକ ଅଭିଭାବକ ଉପସ୍ଥିତ ରହିବା ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରଦ୍ୟୋପ୍ତ ମହାପାତ୍ର, ପ୍ରତାପ କୁମାର ପଣ୍ଡା ଏବଂ କମିଟିର ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Leave a comment

Your email address will not be published. Required fields are marked *