#Breaking News

ଜିଲ୍ଲା ସ୍ତରୀୟ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସକାଳୁ କଚେରି ପରିସର ସ୍ଥିତ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ରେନବୋ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବ ରେ ବକ୍ତା ଭାବେ ଶୋଭା ରାମ ତାଣ୍ଡି ଯୋଗଦେଇ ସମାଜ ସୁଧାର ଦିଗରେ ଡଃ ଭୀମ ରାଓ ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଡଃ ଭୀମ ରାଓ

ଆମ୍ବେଦକର ସମ୍ବିଧାନ ପ୍ରଣୟନ ସହିତ କିପରି ପ୍ରତ୍ୟେକ ମଣିଷ ସୁଖ ସ୍ୱଚ୍ଛନ୍ଦରେ ଉଚିତ୍ ନ୍ୟାୟିକ ଅଧିକାର ପାଇଁ ପରିବ ସେଥି ପ୍ରତି ଦୃଷ୍ଟି ଦେଇ ଥିଲେ। ସଭାରେ ସ୍କୁଲ ର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର ସଭାପତିତ୍ବ କରିଥିଲା ବେଳେ ସଭା କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରମେଶ ମହାନନ୍ଦ,ବିଭୁ ଦତ୍ତ ବାରିକ, ଗୋପାଳ ଦାସ, ଅଧ୍ୟାପକ ଲକ୍ଷ୍ମୀ ବନ୍ତ ସାହୁ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଡଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ଅତିଥି ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତି ଯୋଗୀତାରେ ଶ୍ରେୟା° ସିଂ ମହାପାତ୍ର ପ୍ରଥମ,ଅନ୍ୱେଷା ପଣ୍ଡା ୨ୟ ଏବଂ ଅକ୍ସିତା ଷଡ଼ଙ୍ଗୀ ୩ ର ସ୍ଥାନ ଅଧିକାର କରି ପୁର ସଂସ୍କୃତ ହୋଇଥିଲେ । ସେହିପରି ଦେଶାତ୍ମବୋଧକ ସଙ୍ଗୀତ ପ୍ରତି ଯୋଗୀତାରେ ଅର୍ପିତା ଦାଶ ପ୍ରଥମ,ଦେବଞ୍ଜନୀ ଗିରି ୨ୟ,ଓ ଲିପିକା ଦାଶ ୩ୟ ସ୍ଥାନ ଅଧିକାର କରି ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ସଭା ପରିଚାଳନା ରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *