#Exclusive

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌

ନୂଆଦିଲ୍ଲୀ(ବ୍ୟୁରୋ): ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌ ଦାଖଲ ହୋଇଛି। ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି।ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି। ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ ହୋଇଛି। ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଛି।

Leave a comment

Your email address will not be published. Required fields are marked *