#Exclusive

ହାଇଦ୍ରାବାଦ ଗବେଷକ ଠାବ କଲେ କରୋନାର ଘାତକ ଷ୍ଟ୍ରେନ; ଇଣ୍ଡୋନେସିଆରୁ ଆସିଛି ଭାରତ

ହାଇଦ୍ରାବାଦ: ବର୍ତମାନ ସୁଦ୍ଧା ସାରା ବିଶ୍ବରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଭୂତାଣୁର ଏକ ନୂଆ ତଥା ଅଧିକ ଘାତକ ଷ୍ଟ୍ରେନକୁ ଠାବ କରିଛନ୍ତି ହାଇଦ୍ରାବାଦର ସ୍ବାସ୍ଥ୍ୟ ଗବେଷକ । ଏହାର ନାମକରଣ ଏ୩ଆଇ କରାଯାଇଛି ଏବଂ ଉତ୍ତରପ୍ରଦେଶ, ଦିଲ୍ଲୀ, ମହରାଷ୍ଟ୍ର ସହ ଦେଶର କିଛି ଅଞ୍ଚଳରେ ଏହି ଷ୍ଟ୍ରେନର ନମୁନା ମିଳିଥିବା ବିଶେଷଜ୍ଞ ଦାବି କରିଛନ୍ତି ।ହାଇଦ୍ରାବାଦର ବୈଜ୍ଞାନିକମାନଙ୍କ ଦ୍ବାରା ଠାବ କରାଯାଇଥିବା ଏହି ଷ୍ଟ୍ରେନ୍ ପ୍ରାୟ କରୋନା ଏ୨ଏ ଷ୍ଟ୍ରେନ୍ ସହ ସମାନ। ବିଶେଷଜ୍ଞମାନଙ୍କ ତଥ୍ୟ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁର ୬୪୦ ଜିଲାରେ ଠାବ କରାଯାଇଛି । ମେ ୨୫ ତାରିଖ ମଧ୍ୟରେ ଏକତ୍ରିତ ୩୬୧ ଜିଲାମଧ୍ୟରୁ ମଧ୍ୟରୁ ୨୧୩ ଜିଲାରେ ଉତ୍ତମ ଗୁଣ ନିମନ୍ତେ ଚିହ୍ନଟ କରାଯାଇଛି । ଏହି ସବୁ ଜିନୋମକୁ ଦେଶର ୭ ବଡ଼ ଅନୁସନ୍ଧାନ କେନ୍ଦ୍ରରେ ଏକତ୍ରିତ କରାଯାଇଛି । ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଏଣ୍ଡ ମୋଲେକ୍ୟୁଲାର ବାୟୋଲୋଜି ସିସିଏମବିର ନିର୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ କରୋନାର ୫ ମ୍ୟୁଟେସନ ସମ୍ପର୍କରେ ଭାରତୀୟ ବୈଜ୍ଞାନିକଙ୍କ ପାଖରେ ସୂଚନା ରହିଥିଲା । ମାତ୍ର ଅଧ୍ୟୟନରୁ କରୋନାର ଷଷ୍ଠ ମ୍ୟୁଟେସନର ପତ୍ତାମିଳିଛି । ୨୧୩ ଜିଲା ମଧ୍ୟରୁ ୬୨ ଜିଲାରେ ମିଳିଥିବା ଏ୩ଏ ଷ୍ଟ୍ରେନ୍ କେତେ ପ୍ରଭାବଶାଳୀ ତାହା କେହି ଜାଣି ପାରିନାହାନ୍ତି । ଏଥିପାଇଁ ତାମିଲନାଡ଼ୁ, ତେଲଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜରାଟର କିଛି ଡ଼ାକ୍ତରଖାନାରୁ ଏହାର ନମୁନା ମଗାଯାଇଛି । ଏହାର ଅଧ୍ୟୟନ ପରେ ଏହା କେତେ ଶକ୍ତିଶାଳୀ ତାହା ଜଣାପଡ଼ିବ ଷ୍ଟ୍ରେନ୍ ଏ୨ଏ ଓ ଏବେ ମିଳିଥିବା ଏ୩ଆଇ ଷ୍ଟ୍ରେନ୍ ଦ୍ବାରା ଦେଶର ବେଶୀ ଲୋକ ପ୍ରଭାବିତ ହୋଇଛନ୍ତି । ସିସିଏମବି ଅଧ୍ୟୟନ ଅନୁସାରେ ବିହାର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ଏ୩ଆଇ ଷ୍ଟ୍ରେନ୍ ମିଳିଛି । ଅନ୍ୟପକ୍ଷରେ ଓଡ଼ିଶା, ରାଜସ୍ଥାନ, ଜାମ୍ମୁକାଶ୍ମୀର ଆଦି ରାଜ୍ୟରେ କରୋନା ଭୂତାଣୁର ଷ୍ଟ୍ରେନ୍ ଭିନ୍ନବୋଲି ଡ଼ାକ୍ତର ମିଶ୍ର କହିଛନ୍ତି ।

Leave a comment

Your email address will not be published. Required fields are marked *