#Breaking News #District

ପାରାଲିଗାଲ ସ୍ବେଛାସେଵୀ ଙ୍କୁ ତାଲିମ ପ୍ରଦାନ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା କୋର୍ଟ ସଭାଗୃହରେ ରବିବାର ଦିନ ପାରା ଲିଗାଲ ସ୍ୱେଛାସେବୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ ସତ୍ୟପୀର ମିଶ୍ର, ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦିଲ୍ଲୀପ କୁମାର ବିଶ୍ୱାଳ , ଏସଡିଜେଏମ ସୋନାଲି ସରିତା , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁଶୀଲା ରାୟ ପ୍ରମୁଖ ମଂଚାସୀନ ଥିଲେ l ତାଲୁକ୍ ଆଇନ ସେବା କମିଟି ବାଲିଗୁଡା, ଜି.ଉଦୟଗିରି, ଦାରିଙ୍ଗବାଡି , ତୁମୁଡ଼ିବନ୍ଧ, ଓ କୋଟଗଡ ବ୍ଲକ ର ମୋଟ ୨୧ ଜଣ ପାରା ଲିଗାଲ ସ୍ୱେଛାସେବୀଙ୍କୁ ସେମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ସହିତ ବିଭିନ୍ନ ଆଇନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l ଉକ୍ତ ତାଲିମ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁଶିଲା ରାୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସ୍ବେଛାସେବୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

Leave a comment

Your email address will not be published. Required fields are marked *