#Breaking News

ନୁଆଖୁଲି ପଡ଼ା ବାସୀଙ୍କ ରାସ୍ତା ରୋକ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସଦର ମହକୁମା ନିକଟସ୍ଥ ନୁଆଖୁଲି ପଡ଼ାକୁ ସୁରକ୍ଷିତ ରାସ୍ତା ଦାବି ରେ ପଡ଼ାର ଶତାଧିକ ପୁରୁଷ ଓ ମହିଳା ପାଣି ଛତର ରେଳ ଓଭର ବ୍ରିଜ ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟ କୁ କୈାଣସି ଯାନ ବାହାନ ଆସିପାରୁ ନାହିଁ। ଦାବି ପୁରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୁଆଖୁଲି ବସ୍ତି(ପଡ଼ା) ରେଳ ଲାଇନ ଅନ୍ୟ ପାର୍ଶ୍ବରେ ଥିବା ଯୋଗୁଁ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ଥାୟୀ ରାସ୍ତା ନାହିଁ। ସେଠାକାର ବସ୍ତି ବାସିନ୍ଦାଙ୍କ ଆଜି ପର୍ଯ୍ୟନ୍ତ ରେଳପଥ ଡେଇଁ ଯିବା ଆସିବା କରୁଛନ୍ତି। ଛୋଟ ପିଲା ମାନେ ମଧ୍ୟ ରେଳ ଧାରଣା ଡେଇଁ ସ୍କୁଲ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଗତ ଦିନରେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପ୍ରକାର ସ୍ଥାୟୀ ସମାଧାନ କରାନଯିବାରୁ ପଡ଼ା ବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a comment

Your email address will not be published. Required fields are marked *