#Breaking News

ଓଏଏସ ପରୀକ୍ଷା ରେ ଫୁଲବାଣୀର କିରଣ ଷଷ୍ଠ ସ୍ଥାନ ପାଇଲେ, କନ୍ଧମାଳ ରେ ଖୁସି ର ଲହରି


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ମାଷ୍ଟ୍ରପଡାର କିରଣ କୁମାର ମହାନ୍ତି 2019 ଓ ଏ ଏସ ପରୀକ୍ଷାରେ ଷଷ୍ଠ ରାଙ୍କ ରଖି କୃତକାର୍ଯ୍ୟ ହୋଇ ଛନ୍ତି l ଫଳରେଫୁଲବାଣୀ ସହରରେ ଖୁସି ର ଲହରୀ ଖେଳିଯାଇଛି l କିରଣ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ବିଭାଗରେ ସମଗ୍ର ବିଶ୍ବବିଦ୍ୟାଳୟ ରେ ଟପ୍ପର ହୋଇ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୭ ରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜ୍ୟପାଳ ସ୍ମାରକୀ ବକ୍ତୃତା ରେ ଶ୍ରୀରାମଚନ୍ଦ୍ର ଭଂଜ ଦେଓ ସ୍ବର୍ଣ୍ଣପଦକ ହାସଲ କରିଥିଲେ ।
କିରଣ ହେଉଛନ୍ତି ଫୁଲବାଣୀ ର ମହିଳା ଶିଳ୍ପଦ୍ୟୋଗୀ ବନାନୀ ରାଣୀ ପଟନାୟକ ଙ୍କ ଏକ ମାତ୍ର ପୁତ୍ର l
ପୁଅର ସଫଳତା ଦେଖି ପିତା ମାତା ଓ ପରିବାର ବର୍ଗ ବେଶ ଖୁସି ବ୍ୟକ୍ତ କରିଛନ୍ତି l

Leave a comment

Your email address will not be published. Required fields are marked *