#Breaking News

ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁ ମୃତ


ଫୁଲବାଣୀ – (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ସାରଂଗଡ ଥାନା ଅନ୍ତର୍ଗତ ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗଳବାର ଏକ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର OR12A 6492) ଇଟାନେଇ ଯାଉଥିବା ସମୟରେ ହଠାତ୍ ଏକ ୫ବର୍ଷର ଶିଶୁ ସହନ ପ୍ରଧାନ ଟ୍ରାକ୍ଟର ସାମ୍ନାକୁ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିବା ବେଳେ ଶିଶୁ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ସହନକୁ ଟିକାବାଲି ବ୍ଲକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସହନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ସାରଂଗଡ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।
ମୃତ ଶିଶୁ ଜଣକ ଡାମିକିଆ ଗ୍ରାମର ସୁବାଷ ପ୍ରଧାନଙ୍କ ୫ବର୍ଷର ପୁଅ ସହନ ପ୍ରଧାନ ହୋଇଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *