#Breaking News

ସ୍ୱାଧୀନତା ର ୭୫ ପରେ ବି କଲାଡି ଗ୍ରାମ ର ସମସ୍ୟା ସୁଧୁରୁନି


ଫୁଲବାଣୀ (ସୁନୀଲ ପଟନାୟକ )
ସ୍ୱାଧୀନତା ର ୭୫ ବର୍ଷ ବିତିଲାଣି ହେଲେ ଏମିତି ଅନେକ ଗ୍ରାମ ଅଛି ଯେଉଁଠି ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରିନି ଆଜି ଯାଏ l
ଲୋକେ ଶିକ୍ଷା, ଗମନାଗମନ, ପାନୀୟ ଜଳ, ଜଳ ସେଚନ ସୁବିଧା ପାଉନାହାନ୍ତି lଏପଟେ ପ୍ରଶାସନ, ସରକାର କିମ୍ବା ଲୋକପ୍ରତିନିଧି ଙ୍କୁ ଜଣାଇଲେ ବି ସେମାନେ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l
ଏମିତି ଗାଁ ହେଲା କନ୍ଧମାଳ ଜ଼ିଲ୍ଲା ର ଖଜୁରୀପଡା ବ୍ଳକ ଅନ୍ତର୍ଗତ ଟିଟ୍ରା ପଙ୍ଗା ପଂଚାୟତ ର କଲାଡି ଗ୍ରାମ l
ଗ୍ରାମ ଟି ସହର ଠୁ ପାଖଯୋଜନା ଠୁ ଦୂରରେ l
ଗାଁ କୁ କେନାଲ ଆସିଛି ହେଲେ କେନାଲ ରେ ପାଣି କେବେ ଆସୁନି l ଫଳରେ ଚାଷ ହେଉନି l ଜମି
ପଡିଆ ପଡୁଛି l ଯାହା କିଛି ବର୍ଷl ଜଳ ଉପରେ ନିର୍ଭର କରି କିଛି ହେଉଛି l
ସ୍କୁଲ ଅଛିଆବଶ୍ୟକ ଶିକ୍ଷକ ନାହାଁନ୍ତି,ଯେଉଁ ମାନେ ଅଛନ୍ତି ନିୟମିତ ଆସନ୍ତିନି କୁଆଡେ l
ପାନୀୟ ଜଳ ର ବି ସମସ୍ୟା ନ କହିବା ଭଲl
ଗ୍ରାମରେ ଅନେକ ଗରିବ ଲୋକ ଥିଲେ ବି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ତାଙ୍କୁ ସାମିଲ କରାଯାଇନି l ସେହିପରି ବୃଦ୍ଧଓ ବୃଦ୍ଧା ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡାକ ମିଳୁନି l କେବଳ ସେତିକି ନୁହେଁ ଗାଁରେ କାମଧନ୍ଦା ନ ମିଳିବା ଫଳରେ ଲୋକେ ଦାଦନ ଖଟିବା ଲାଗି ବାହାରକୁ ଯାଉଛନ୍ତି l
ଏଣୁ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l
ଏନେଇ ଆମେ ଟିତ୍ରପଙ୍ଗା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *