#Breaking News

ଗୋବରା ପଞ୍ଚାୟତର ସମସ୍ୟା ଶୁଣିଲେ, ପ୍ରତିଶ୍ରୁତି ବି ଦେଲେ / କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର

ଆଠଗଡ଼- (ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଦିନ କେଇଟା ଥିବା ବେଳେ ଏବେ କଂଗ୍ରେସ ଦଳର ପ୍ରତ୍ୟେକ ପ୍ରାର୍ଥୀ ପ୍ରଚାରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଗାଁକୁ ଗାଁ ଘରକୁ ଘର ଯାଇ ପ୍ରାର୍ଥୀ ମାନେ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଆଜି ପୂର୍ବାହ୍ନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋନ-୦୨ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ରଞ୍ଜିତା ହେସା ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଗୋବରା ପଞ୍ଚାୟତକୁ ଯାଇ ନିଜ ସପକ୍ଷରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି ପଞ୍ଚାୟତର ଗୋବରା, ଗୋବରା ଶାସନ, ଖିରିଖିଆ, ମୁଣ୍ଡା ବସ୍ତି ଓ କାଦୁଆ ନୂଆଗାଁରେ ଶ୍ରୀମତୀ ହେସା ପହଞ୍ଚି ପ୍ରତ୍ୟେକ ମତଦାତା ମାନଙ୍କ ଘରକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କ ଆଜିର ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ତଥା ପୁରୁଖା କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ ଓ ସମର୍ଥକ ମାନେ ଯୋଗ ଦେଇଥିଲେ । ପୂର୍ବତନ ସରପଞ୍ଚ ସର୍ବେଶ୍ଵର ରାଉତ, ଦେବେନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ଖୁଣ୍ଟିଆ, ପ୍ରଶାନ୍ତ କୁମାର ରାଉତ, ପଠାଣି ନାୟକ, ବିଶ୍ବନାଥ ମହାନ୍ତି, ପବିତ୍ର ମୋହନ ମହାନ୍ତି, ମଳୟ ବେହେରା, କୃପାସିନ୍ଧୁ ବରାଳ, ନିରଞ୍ଜନ ପ୍ରତିହାରୀ, ବଲ୍ଲଭ ବରାଳ, ଉମେଶ ଛାଟୋଇ, କୃଷ୍ଣଚନ୍ଦ୍ର ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଓ ଆଦିବାସୀ ହୋ ସମାଜର ରାଜ୍ୟ ସଭାପତି ହରିଶ୍ ହାଇବ୍ରୁ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ଆଭିମୁଖ୍ୟ ସମ୍ପର୍କରେ ମତଦାତା ମାନଙ୍କୁ ସଚେତନ କରାଇବା ସହ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *