#Breaking News #Uncategorized

ନିରୁପମା ଦୋରା କନ୍ଧମାଳର ନୂତନ ଏଡ଼ିଇଓ


ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ( ଏଡି ଇଓ) ଭାବେ ନିରୁପମା ଦୋରା ଦୀୟୀତ୍ଵ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ନିରୁପମା କଳାହାଣ୍ଡି ଜିଲ୍ଲା ନର୍ଲାର ସିନିୟର ବି ଇଓ ଭାବେ ନିଷ୍ଠା ଓ
ଆନ୍ତରୀକତାର ସହ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ନିରୁପମା ।
ବର୍ତ୍ତମାନଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ସର୍ବଦା ଦୃଷ୍ଟି ଦେବେ ବୋଲି କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଏଡ଼ିଇ ଓ ଦୋରା କହିଛନ୍ତି ।
ସେହିପରି ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ସ୍କୁଲକୁ ଯାଇ ନିଷ୍ଠା ଓ ଆନ୍ତରୀକତାର ସହ ପାଠପଢାଇବା ଲାଗି ପରାମର୍ଶ ଦେଇଛନ୍ତି ଏଡିଇ ଓ ନିରୁପମା ।
ନୂତନ ଏଡ଼ିଇ ଓ ନିରୁପମା ଦୋରାଙ୍କୁ ଜିଲ୍ଲାରବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *