#Breaking News #District

ସରକାରଙ୍କ ଯୋଜନା କାହାପାଇଁ??
ଅସହାୟ ବୃଦ୍ଧା ଙ୍କୁ ଆବାସ ଘର କି ଭତ୍ତା ମିଳୁନି


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ସରକାର ଗରିବ ଗୁରୁବା ଙ୍କ ପାଈଁ ଅନେକ ଯୋଜନା ମାନ କରିଛନ୍ତି ହେଲେ ଏସବୁ ଯୋଜନା ସେମାନଙ୍କ ପାଖରେ ପହଞ୍ଚୂପା ରୁନି l
ଥିଲା ବାଲା ସରକାରୀ ବାବୁ ଓ ସରପଞ୍ଚ ମାନଙ୍କୁ ହାତ ଗୁଞ୍ଜା ଦେଇ ସବୁ ଯୋଜନା ହାତେଇ ନେଉଥିବା ବେଳେ ନଥିଲା ବାଲା ଙ୍କୁ କିଛି ନାହିଁ l
ସେହିପରି ଏକ ଅଭିଯୋଗ ଆସିଛି ଖଜୁରୀପଡ଼ା ବ୍ଲକ ଛନ୍ଦୁରୁପଦର୍ ଗ୍ରାମ ରୁ l
ଗ୍ରାମର ଅନିତା କଂହର ନାମକ ଜଣେ ୬୫ବର୍ଷ ର ବୃଦ୍ଧା ଆବାସ ଯୋଜନା ରେ ଘର ଖଣ୍ଡିଏ ପାଈଁ ଆବେଦନ କରି ଥକି ଗଲେଣି ସିନା ଘର ଖଣ୍ଡିଏ ମିଳୁନି ଏଯାଏଁ l
ସେହିପରି ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡlକ ମଧ୍ଯ ମିଳୁନି ବୋଲି ଅନିତା ଅଭିଯୋଗ ଆଣିଛନ୍ତି l
ୱାର୍ଡ ମେମ୍ବର, ସରପଞ୍ଚ ଠୁ ଆରମ୍ଭ କରି ବିଡ଼ିଓ ଓ ଜିଲ୍ଲାପାଳ ଙ୍କକାର୍ଯ୍ୟାଳୟରେ ଦେଖାକରି ଦରଖାସ୍ତ କରିଥିଲେ ବି ଫଳ ସୁନ l
ଏଭଳି ଦୟନୀୟ ଅବସ୍ଥାରେ ଢୋକେ ପି ଦଣ୍ଡେ ଜିଁ ଅବସ୍ଥାରେ ଅଛନ୍ତି ସେ l
ସ୍ବାମୀ ଛାଡ଼ି ଚାଲି ଗଲେଣି ଢେର୍ ବର୍ଷ ହେଲା l
ଘର କହିଲେ ଝାଟି ମାଟି କାନ୍ଥ ରେ ତିଆରି ଚାଳ ଛପର ଘର l କାନ୍ଥ କିଛି କିଛି ସ୍ଥାନରେ ଭୁଶୁଡ଼ି ପଡ଼ିଲାଣି l ପୁରା ଘର ମଧ୍ଯ କେତେବେଳେ ଭୁଶୁଡ଼ି ପଡ଼ିବ କହିହେବନି l
ଏଣୁ ଜିଲା ପ୍ରଶାସନ ଯଥା ଶୀଘ୍ର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି l

Leave a comment

Your email address will not be published. Required fields are marked *