#Uncategorized

ଆଠଗଡ ଈଶ୍ୱରା ଗ୍ରାମରେ ଖାଇଗଲେ ପୋଖରୀ ଖୋଳା ଟଙ୍କା

ଆଠଗଡ(ଉଲାପ୍ର)ଆଠଗଡ ରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲିଛି,ସୋସାଇଟି ଦୁର୍ନୀତି ପରେ ଏବେ ଆସିଛି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତି,ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ରେ ମହାଘୋଟଲା ହୋଇଥିବା ଅଭିଯୋଗ କରିଛନ୍ତି ଜବ କାର୍ଡ ଧାରୀ ମାନେ, ଦୋରଡ଼ ପଂଚାୟତର ଜବକାଡ ଧାରୀମାନଙ୍କୁ ଇଶ୍ୱରା ଗ୍ରାମରେ ପୋଖରୀ ଖୋଲିବାକୁ କହି ଗାଁ ଟାଉତର ମନେ କାମ କରାଇଥିଲେ,ହେଲେ ଶ୍ରମିକ ମାନଙ୍କର ଜବ କାର୍ଡ ଥିଲେ ମଧ୍ୟ ସେମାନଙ୍କୁ ଠିକଣା ସମୟରେ ପ୍ରାପ୍ୟ ମିଳିଲା ନାହିଁ,ଯାହା ଫଳରେ ଏବେ ଜବ କାର୍ଡ ଧାରୀ ମାନେ ବିଡ଼ିଓ ଙ୍କୁ ପାଖକୁ ଆସି ହରିଗୁହାରି କରିଛନ୍ତି, ବ୍ଳକ ଉନୟନ ଅଧିକାରୀ ଙ୍କୁ ଭେଟି ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ର ସମ୍ପାଦକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ଲୋକଙ୍କୁ କୋରଣା ମହାମାରୀ ସମୟରେ କାମ କରାଇ ତାଙ୍କର ବ୍ୟାଙ୍କ ଖାତା କୁ ଅଳ୍ପ କିଛି ଅର୍ଥରାଶି ଛାଡିଦେଇ ଆଉ ସବୁ ଜମାରାଶି ଉଠାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଈଶ୍ୱରା ଗ୍ରାମ ର କିଛି ଶ୍ରମିକ ଓ ଦିନମଜୁରିଆ ଲୋକ ମାନେ ସେମାନ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।।ଭାରତୀୟ ଜନତାପାର୍ଟି ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି ଙ୍କ ନେତୃତ୍ୱରେ ବିଡ଼ିଓଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି,ଯଦି ଆଗାମୀ ପାଞ୍ଚଦିନ ଭିତରେ ଏହାର ସମାଧାନ ନ ହୁଏ ତେବେ ଜବ କାର୍ଡ ଧାରୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆଠଗଡ ଈଶ୍ୱରା ଗ୍ରାମରେ ଖାଇଗଲେ ପୋଖରୀ ଖୋଳା ଟଙ୍କା

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *