#Uncategorized

ବଡମ୍ବା ନାଗରିକ ମଞ୍ଚ କଲେକ ଉପରେ ଦାବିପତ୍ର ପ୍ରଦାନ କଲା ତହସିଲଦାରଙ୍କୁ


ବଡମ୍ବା(ଉଲାପ୍ର)ବଡମ୍ବାର ସର୍ବପୁରାତନ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଉଛି,ଏହି ଘଟଣା ନେଇ ଏବେ ବଡମ୍ବା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବଡମ୍ବା ନାଗରିକ ମଞ୍ଚ,ଯୁବନେତା ଚିନ୍ମୟ ପଟ୍ଟନାୟକ ଙ୍କ ନେତୃତ୍ୱରେ ବଡମ୍ବା ବ୍ଲକ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ଦୀପକ ସାହୁ,ରବି ରଣା ପ୍ରମୁଖ ନାଗରିକ ମଞ୍ଚର କର୍ମକର୍ତା ମାନେ ବଡମ୍ବା ଅତିରିକ୍ତ ତହସିଲଦାର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ମହାବିଦ୍ୟାଳୟ ରେ ଶାନ୍ତି ପ୍ରତିଷ୍ଠା,ଦୁଇ ଅଧ୍ୟକ୍ଷ ଙ୍କ ମଧ୍ୟରେ ଲାବିଥିବା ପାଲାର ସମାଧାନ,ମହାବିଦ୍ୟାଳୟ କୁ ସ୍ୱୟଂ ଶାସିତ କରିବା,ମହାବିଦ୍ୟାଳୟ ରେ ହୋଇଥିବା ଅନିୟମିତତା ଘଟଣାର ନିରପେକ୍ଷ ତଦନ୍ତ ସାଙ୍ଗକୁ ସ୍ଥାୟୀ ଅଧ୍ୟକ୍ଷ ଙ୍କୁ ନିଯୁକ୍ତି କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି, ଯଦି ସାତଦିନ ମଧ୍ୟରେ ଏହିସବୁ ଘଟଣାର ସମାଧାନ କରାନଯାଏ ନାଗରିକ ମଞ୍ଚ ଆନ୍ଦୋଳନ କୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛି।

ଆଜିର ରାଶିଫଳ

ସଂକ୍ଷେପରେ ଖବର

Leave a comment

Your email address will not be published. Required fields are marked *