#Breaking News

ଏ ଵି ଭି ପି ପକ୍ଷରୁ ରାଲି ଓ ବିକ୍ଷୋଭ


ଫୁଲବାଣୀ (ଫୁଲବାଣୀ )
ଆଜି ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ତାମିଲନାଡୁ ର ତାଞ୍ଜାବୁର ଠାରେ ଘଟିଥିବା ଛାତ୍ରୀ ଲାବନ୍ୟା ଆତ୍ମହତ୍ୟା ଘଟଣା ରେ ଲାବନ୍ୟାକୁ ନ୍ୟାୟ ଦେବା ପାଇଁ ଏବଂ ଗିରଫ କରାଯାଇଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧୀ ତ୍ରିପାଠି ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ମିଶନାରୀ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ନାଁ ରେ ହେଉଥିବା ଧର୍ମାନ୍ତୀକରଣ କୁ ବନ୍ଦ କରିବା, ସରକାରୀ ଅର୍ଥ ମିଶନାରୀ ମାନଙ୍କୁ ପ୍ରଦାନ କରିବା କୁ ବିରୋଧ କରିବା ସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ନାରାବାଜୀ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅହଲ୍ୟା ମାଝୀ, ଗଞ୍ଜାମ ବିଭାଗ ରାଉରକେଲା ପ୍ରମୁଖ ରାଜନନ୍ଦିନୀ ସାହାଣୀ, ରଜତ ବେହେରା, ଗୋବିନ୍ଦ ସାହୁ ଆଦି ବହୁ ଏ ବି ଭିପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *