ବାଲେଶ୍ୱରରେ ବର୍ଷା ପବନରେ ଉପୁଡ଼ିପଡ଼ିଲା ମୋବାଇଲ ଟାୱାର, ବଜ୍ରପାତରେ ୩ ଯୁବକ ମୃତ

admin | April 24, 2020 | 46 views |0 | Exclusive

ଖୁଣ୍ଟା: ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ(୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର(୨୬) ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ(୧୯) ମାଛ ଧରିବା ପାଇଁ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିବା ବେଳେ ସେହି ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା ଝଡ଼ ତୋଫାନ ସଙ୍ଗେ ବଜ୍ରପାତ ହୋଇଥିଲା lଆଉ ମାଛ ଧରିବାକୁ ଯାଇଥିବା ସଂପୃକ୍ତ ତିନି ଯୁବକ ବକ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ଘଟଣା ଜଣାପଡ଼ିବା ପରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପରିବାର ଲୋକେ ସେମାନଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଅନ୍ୟପଟେ ବାଲେଶ୍ୱର ସହରରେ ଆଜି କାଳବୈଶାଖୀ ଯୋଗୁଁ ମୋବାଇଲ ଟାୱାର ମଧ୍ୟ ଉପୁଡି ପଡିଥିଲା | ଏକ ଘର ଉପରେ ଲାଗିଥିବା ଏହି ମୋବାଇଲ ଟାୱାର ଉପୁଡିପଡି ଅନ୍ୟ ଏକ ଘର ଉପରେ ପଡିଥିଲା | ତେବେ ଏଥିରେ କେହି ଆହତ ହୋଇନାହାନ୍ତି |

Share this
  •  
  •  
  •  
  •  
  •  
  •  
  •  

Related Posts

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 125 views | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା…

Leave a Reply

Your email address will not be published. Required fields are marked *

Archives

Categories