#Exclusive

ଗ୍ୟାସ୍‌ ଲିକ୍‌ ପରର ଛାତିଥରା ଦୃଶ୍ୟ: ରାସ୍ତାରେ ଟଳିପଡ଼ିଲେ ମଣିଷ ଓ ଜୀବଜନ୍ତୁ, ପୋଡ଼ିଗଲା ଗଛପତ୍ର

ବିଶାଖାପାଟଣା: କିଏ ବଜାର ଆସିଥିଲେ ତ କିଏ ନିଜ କାମରେ ଘରୁ ବାହାରିଥିଲେ। ଆଉ କିଏ ପନିପରିବା କିଣି ଘରକୁ ଫେରୁଥିଲେ। କିନ୍ତୁ ହଠାତ୍‌ ଜଣକ ପରେ ଜଣେ ଚେତା ହରାଇ ରାସ୍ତାରେ ଟଳିପଡ଼ିଲେ।

ଯିଏ ଯେଉଁଠି ଥିଲେ ସେହିଠାରେ ଅସୁସ୍ଥ ଅନୁଭୂବ କରିବା ସହିତ ତଳେ ପଡ଼ିଯାଉଥିଲେ। ଆଉ କିଏ ଗାଡ଼ିରୁ ଓହ୍ଲାଇ ପାଖରେ ଆଉଜି ବସି ପଡିଥିଲେ। କେହି କିଛି ବୁଝି ପାରୁ ନ ଥିଲେ। ଏପରି ଭୟଙ୍କର ଏବଂ ହୃଦୟ ବିଦାରକ ଥିଲା ​‌ଆରଆର ଭେଙ୍କଟପୂରମ ଓ ଏହା ଆଖପାଖ ଅଞ୍ଚଳର ଦୃଶ୍ୟ।

ବିଷାକ୍ତ ଗ୍ୟାସ କବଳରେ କିଏ ଡ୍ରେନ କଡ଼ରେ ପଡ଼ିଥିଲେ ତ କିଏ ରାସ୍ତାକଡ଼ରେ ପଡ଼ିଥିଲେ। ଯେଉଁମାନଙ୍କ ଉପରେ ଗ୍ୟାସ୍‌ର ପ୍ରଭାବ କମ୍‌ ରହିଥିଲା ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କମ୍‌ ବୟସର ପିଲା ଏବଂ ବୟସ୍କ ଲୋକମାନେ ଏହି ଗ୍ୟାସ୍‌ ଦ୍ବାରା ଅସୁସ୍ଥ ହୋଇପଡ଼ିଥିଲେ।

Leave a comment

Your email address will not be published. Required fields are marked *