#Uncategorized

ରାଜ୍ୟରେ ବନ୍ଦ ହେବ ହଜାରେ ହାଇସ୍କୁଲ! ସରକାରଙ୍କୁ ପ୍ରସ୍ତାବ ଦେଲେ ମାଧ୍ୟମିକ ଶିକ୍ଷା ନିର୍ଦେଶକ କ୍ଷତିଗ୍ରସ୍ତ ହେବ ୫୦୪୫ରୁ ଅଧିକ ବିଦ୍ୟାଳୟ ସବୁ ସ୍କୁଲକୁ ସରକାରୀ କରାଯାଉ: ଓଷ୍ଟା


ଭୁବନେଶ୍ୱର (ଉଲାପ୍ର)ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓ ସଂସ୍କୃତ ଟୋଲ୍‌ଗୁଡ଼ିକୁ କ୍ଲୋଜର (ବନ୍ଦ), ମର୍ଜର (ମିଶ୍ରଣ) ଓ ପୁନର୍ଗଠନ(ରେସ୍‌ନାଲାଇଜେସନ୍‌) କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ରାଜ୍ୟର ପ୍ରାୟ ୧୩୫୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୩୬୯୫ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅର୍ଥାତ୍ ମୋଟ ୫୦୪୫ ବିଦ୍ୟାଳୟ କ୍ଷତିଗ୍ରସ୍ତ ହେବ। ହଜାରରୁ ଅଧିକ ହାଇସ୍କୁଲ ବନ୍ଦ ହେବା ସମ୍ଭାବନା ରହିଛି।
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସପ୍ମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଉକ୍ତ ଡ୍ରାଫ୍ଟ ରିପୋର୍ଟ ଆଧାରରେ ରାଜ୍ୟ ସରକାର ସ୍କୁଲ ସଂଖ୍ୟା କମାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *