#Breaking News #Uncategorized

‘ସେଭ୍ ଦି ଚିଲଡ୍ରେନ୍’ ତରଫରୁ ୫ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ


କନ୍ଧମାଳ,୨୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ସମୟରେ କରୋନା ତଥା ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀମାନଙ୍କ ନିମନ୍ତେ ଅମ୍ଲଜାନର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଡାକ୍ତରଖାନା ମାନଙ୍କରେ ଅମ୍ଲଜାନ ଗ୍ୟାସର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅମ୍ଳଜାନ ଗ୍ୟାସର ଅଭାବରେ ଅନେକ ଜୀବନ ଅକାଳରେ ଚାଲିଯାଉଥିବାର ମଧ୍ୟ ନଜର ରହିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ଅନୁଷ୍ଠାନ ‘ସେଭ୍ ଦି ଚିଲଡ୍ରେନ୍’ ତରଫରୁ କନ୍ଧମାଳ ଜିଲ୍ଲାକୁ ୫ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କରାଯାଇଛି। ଏହି ୫ଟି ଅକ୍ସିଜେନ୍ କନସେନଟ୍ରେଟର ଜିଲ୍ଲାର ବିଭିନ୍ନ କୋଭିଡ ଡାକ୍ତରଖାନାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହସ୍ତାନ୍ତର କରାଯିବ। ଏହାଦ୍ୱାରା ଅନେକ କରୋନା ତଥା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ଅକ୍ସିଜେନ୍ ଅଭାବକୁ କିଛି ମାତ୍ରାରେ ପୂରଣ କରାଯାଇପାରିବ। ଏହି ଅକ୍ସିଜେନ୍ କନସେନଟ୍ରେଟର ରୋଗୀମାନଙ୍କ ନିମନ୍ତେ ଜୀବନ ରକ୍ଷକ ଭାବରେ କାର୍ଯ୍ୟ କରିବ ବୋଲି ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀମାନେ ମତପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ଏହାର ହସ୍ତାନ୍ତର ସମୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ରାଜଶ୍ରୀ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ସଦାନନ୍ଦ ସାହୁ ଏବଂ ‘ସେଭ୍ ଦି ଚିଲଡ୍ରେନ୍’ର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ ମିଶ୍ର ଓ ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *