#Uncategorized

ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ଭୁଲିଗଲା ଆଠଗଡ ପ୍ରଶାସନ

ଆଠଗଡ(ଉଲାପ୍ର)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଭୁଲିଗଲା ଆଠଗଡ ପ୍ରଶାସନ, ଆଜି ହେଉଛି ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ,ଶନିବାର ଅଫିସ ସବୁ ଛୁଟି,ଆଠଗଡ ବ୍ଲକ ପରିସରରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ଜାନୁଆରୀ ୨୬ ଦିନ ବ୍ଲକ ପ୍ରଶାସନ ପକାଇଥିଲା ଫୁଲମାଳ, ଏହି ତିରୋଧାନ ଦିବସ ରେ ଆଉ ଫୁଲମାଳ ଟିଏ ପ୍ରଶାସନ ପକାଇ ପାରିଲା ନାହିଁ,ଆଠଗଡ ର ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ଖବର ପାଇବା ପରେ ଦିନ ଗୋଟାଏ ବେଳେ ବ୍ଲକ ରେ ପହଁଚି ପରିକ୍ରମାର ସଦସ୍ୟମାନେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ,ସେହି ଏକା ସମସ୍ୟା ଦେଖିବାକୁ ମିଳିଥିଲା ରାସରସିକପୁର ଛକ ଗାନ୍ଧୀଙ୍କ ପ୍ରତିମୂର୍ତିରେ,ଯୋଉ ଗାନ୍ଧୀଙ୍କ ପାଇଁ ଆଜି ଦେଶ ଗର୍ବ ଅନୁଭବ କରେ ଆଉ କଂଗ୍ରେସ ଦଳ କହୁଛି ଏହା ଗାନ୍ଧୀଙ୍କ ଦଳ,ସେ ଦଳ ମଧ୍ୟ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ଫୁଲମାଳ ଟିଏ ପକାଇ ପାରିଲେ ନାହିଁ, ସେଠି ମଧ୍ୟ ଗଡଜାତ ପରିକ୍ରମାର ସଦସ୍ୟମାନେ ମାଲ୍ୟାର୍ପଣ କରିଛନ୍ତି।

ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ଭୁଲିଗଲା ଆଠଗଡ ପ୍ରଶାସନ

Leave a comment

Your email address will not be published. Required fields are marked *