#Breaking News

ଆବେଦନ କରି ଥକି ଗଲେଣି, ଲାଞ୍ଚ ନଦେଲେ ରାସନକାର୍ଡ ମିଳୁନି


ଫୁଲବାଣୀ (ସୁନୀଲ ପଟନାୟକ )

ଲାଞ୍ଚ ଦିଅ ରାସନ କାର୍ଡ ନିଅ lଲାଞ୍ଚ
ନାହିଁ ତ ରାସନ କାର୍ଡ କଥା ଭୁଲିଯାଅ lବ୍ଲକ ରେ ଦାଇତ୍ୱ ରେ ଥିବା ଏମ ଆଇ ବାବୁ କୁଆଡେ ଖୋଲାଖୋଲି ଭାବେ ହିତାଧିକାରୀ ଙ୍କୁ କହୁଥିବା ଅଭିଯୋଗ ହେଉଛି lଏ ନେଇ
ଅଭିଯୋଗ କଲେ ବି ଡିଓ ଶୁଣୁନାହାଁନ୍ତି l
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରୁ ଏଭଳି ଅଭିଯୋଗ ଆସିଛି l ସେହିପରି ଏହି ବ୍ଲକ ରେ ହିତାଧିକାରୀମାନଙ୍କୁ ଓଜନ ରେ କମ ଦେବାସହ ନିମ୍ନ ମାନର ଚାଉଳ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହେଊଛିl
ଏହି ବ୍ଲକ ରେ ୧୪ ଗୋଟି ଗ୍ରାମପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ତିନି ହଜାରରୁ ଅଧିକ ଲୋକଙ୍କ ରାସନକାର୍ଡରେ ନାମ ସଂଯୋଗ ହୋଇନଥିବା ବେଳେ ସେମାନେ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି l ।ସେହିଭଳି ଅନେକ ମହିଳାଙ୍କ ଅଭିଯୋଗ ପ୍ରକାରେ ସେମାନଙ୍କ ବିବାହ ପରେ ପିଲାଛୁଆଙ୍କୁ ୪ ବର୍ଷ ହେଲାଣି ଅଥଚ ଏଯାଏଁ ସେମାନଙ୍କ ନାମ ରାସନକାର୍ଡ ରେ ସଂଯୋଗ ହେଉନାହିଁ କିମ୍ବା କୌଣସି ରାସନ ସାମଗ୍ରୀ ମଧ୍ଯ ମିଳୁନାହିଁ।ଏଭଳି ସମସ୍ୟା ସମସ୍ତ ଅଂଚଳରେ ରହୁଥିବା ବେଳେ କ୍ଷତିଗ୍ରସ୍ତ ହିତାଧିକାରୀ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ସହ ନିଜର କାଗଜପତ୍ର ଯୋଗାଣ ବିଭାଗରେ ଦେଉଛନ୍ତି। କିନ୍ତୁ ଏଯାଏଁ ସେମାନଙ୍କ କଥା ଶୁଣିବାକୁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉନଥିବା ଜଣାପଡିଛି।
ଗୋଟିଏ ପଟେ ସରକାରଙ୍କଖାଦ୍ୟ ସୁରକ୍ଷା ଆଇନ ରହିଥିବାବେଳେ ଏହି ବ୍ଲକରେ ହଜାର ହଜାର ଭୋକିଲାଙ୍କମୁହଁ ରେ ଦାନା ନାହିଁ l ଫଳରେ ଆଜି ଖଜୁରୀପଡା ବ୍ଲକ ବିଜେପି ତରଫରୁ ଶହଶହ କ୍ଷତିଗ୍ରସ୍ତ ହିତାଧିକାରୀ ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟସମ୍ମୁଖରେ ବିକ୍ଷୋଭ କରାଯିବା ସହ ଯୋଗାଣ ବିଭାଗ ଅଧିକାରୀଙ୍କୁ ସଂଯୋଗ ହେବାକୁ ଥିବା ରାସନକାର୍ଡ ଏବଂ ଆଧାରକାର୍ଡ ଆଦି ପ୍ରଦାନ କରାଯାଇଛି। ଖଜୁରୀପଡା ବିଜେପି ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ହୋଇଥିବା ବେଳେ ବଲସକୁମ୍ପା ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲ ଅନୁସୁଚିତ ଜନଜାତି ମୋର୍ଚ୍ଚା ସମ୍ପାଦକ ସୁବାଷ ଯାନୀ ଖଜୁରୀପଡା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ କେଦାରଗୌରୀ ସାହୁ ଗୋଲକ ବିହାରୀ ମଲିକ ଙ୍କ ସହ ବହୁ ବିଜେପି କର୍ମି ଏବଂ ଶତାଧିକ ରାସନକାର୍ଡ ପାଇ ନଥିବା କ୍ଷତିଗ୍ରସ୍ତ ହିତାଧିକାରୀ ଆନ୍ଦୋଳନରେ ସାମିଲ୍ ହୋଇ ନିଜର ହକ୍ ପାଇଁ ଲଢେଇ କରିଥିଲେ।ବ୍ଲକ ଯୋଗାଣ ବିଭାଗ ଅଧିକାରୀ ସମରେଶ ଦାସ ବାଦ ପଡିଥିବା ହିତାଧିକାରୀ ଙ୍କ ସମସ୍ୟାକୁ ସ୍ୱୀକାର କରିଥିବା ବେଳେ ଖୁବଶୀଘ୍ର ସରକାରୀ ସ୍ତରରେ ସମାଧାନ ପାଇଁ ଚେଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇ ଥିଲେ।

Leave a comment

Your email address will not be published. Required fields are marked *