#Uncategorized

ରବିବାର କଟକ ଜିଲ୍ଲା କଂଗ୍ରେସ ଆଠଗଡ, ବଡମ୍ବା ନିର୍ବାଚନ ମଣ୍ଡଳୀ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବ


ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆସନ୍ତା ରବିବାର ଦିନ ଆଠଗଡ,ତିଗିରିଆ ,ବଡମ୍ବା, ନରସିଂପୁର ଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୬ ତାରିଖ ରବିବାର ସକାଳ ୧୦ ଘଣ୍ଟା ସମୟ ରେ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ନେତୃବୃନ୍ଦ ପ୍ରଥମେ ଆଠଗଡ ନିର୍ବାଚନ ମଣ୍ଡଳୀ ର ଧବଳେଶ୍ବର ରାସ୍ତା ରେ ଆଠଗଡ କଂଗ୍ରେସ ଅଫିସ ହେଇ ତିଗିରିଆ ଯାତ୍ରା କରିବେ। ଆଠଗଡ ତିଗିରିଆ ର ସମସ୍ତ କଂଗ୍ରେସ ଦଳ ର ନେତୃବୃନ୍ଦ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ମହିଳା କଂଗ୍ରେସ ର ନେତୃବୃନ୍ଦ ନିଜ ଅଞ୍ଚଳ ରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିପାରିବେ ଓ କ୍ଷୟକ୍ଷତି ଅଞ୍ଚଳ କୁ ପରିଦର୍ଶନ କରେଇବାରେ ସହାୟତା କରିବେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *